ବଢିବ ସିଡିଏର ପରିସୀମା, ୨୦ ଏକର ଜମିରେ ନିର୍ମାଣ ହେବ କପଡା ହୋଲସେଲିଂ ମାର୍କେଟିଙ୍ଗ ଜୋନ

କଟକ : ବଢିବ ସିଡିଏର ପରିସୀମା ।  ସିଡିଏର ଉନ୍ନତିକରଣ ପାଇଁ ତିଆରି ହେଲା ମାଷ୍ଟର ପ୍ଲାନ ।  ସିଡିଏକୁ ବଢାଯାଇ ୨୦ ଏକର ଜମିରେ ନିର୍ମାଣ ହେବ କପଡା ହୋଲସେଲିଂ ମାର୍କେଟିଙ୍ଗ ଜୋନ । ଏହା ସହ ଅନ୍ୟ ଦୋକାନ ରହିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯିବା ପାଇଁ ଯୋଜନା କରାଯାଉଛି ।  କଟକ ସହର ଭିତରେ ବଢୁଥିବା ଟ୍ରାଫିକ ସମସ୍ୟା ଓ ଗହଳି ପାଇଁ ଏହି ନୂତନ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ପ୍ଲାନ ପ୍ରସ୍ତୁତ କରୁଛନ୍ତି ସରକାର ।  ସିଡିଏ ଓ ବିଡିଏ ର ସୀମାକୁ ଆଗାମୀ ଦିନରେ ନିକଟତର କରାଯିବ। ସିଡିଏ ସହିତ ଆହୁରି ଅଧିକ ଜନବସତି ଯୋଡିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି ।

ସେହିପରି ମହାନଦୀ ରିଭର ଫ୍ରଣ୍ଟ କାର୍ଯ୍ୟକୁ ଶୀଘ୍ର କାର୍ଯ୍ୟକ୍ରମ କରାଯିବ ବୋଲି କଟକ ଉନ୍ନୟନ କର୍ତ୍ତୃପକ୍ଷଙ୍କ ବୈଠକରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ତ୍ତ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା କଟକ ଉନ୍ନୟନ କର୍ତ୍ତୃପକ୍ଷ ଅଧକ୍ଷ ଡ଼ଃ କୃଷ୍ଣଚନ୍ଦ୍ର ମହାପାତ୍ର ।   ଅନୁଷ୍ଠିତ ବୈଠକରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସହ ମେୟର ସୁବାସ ସିଂ , ସିଡିଏ ଉପାଧ୍ୟକ୍ଷ ଅନାମ ପାତ୍ରଙ୍କ ସମେତ ବହୁ ସିଡିଏର ବହୁ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।

ଆହୁରି ପଢ଼ନ୍ତୁ : ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ, ଦଳର ବରିଷ୍ଠ ନେତା ବିଜେଡି ସଭାପତିଙ୍କୁ ଭେଟି କଲେ ଆଲୋଚନା