ସାତପଡ଼ାରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ କାର‌୍ୟ୍ୟବନ୍ଦ ଆନ୍ଦୋଳନ

ଚିଲିକା(କେନ୍ୟୁଜ୍) : ସାତପଡ଼ାରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ-ସିଡିଏ କର୍ମଚାରୀଙ୍କ କାର‌୍ୟ୍ୟବନ୍ଦ ଆନ୍ଦୋଳନ । ଗତକାଲି ଗମ୍ଭାରୀ ଗାଁର କିଛି ଲୋକ ରାଲିରେ ଯୋଗଦେବା ଲାଗି ଜହ୍ନିକୁଦା ଗାଁକୁ ଯିବା ପାଇଁ ସିଡିଏ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଫେରୀ ଜୋରଜବରଦସ୍ତ ନେଇଯାଇଥିଲେ ବୋଲି ବ୍ରହ୍ମଗିରି ଥାନାରେ ଏତଲା ଦିଆଯାଇଛି । ଗତକାଲି ସକାଳ ପ୍ରାୟ ସାଢେ ୧୧ଟା ବେଳେ ଜହ୍ନିକୁହାରୁ ସାତପଡ଼ା ଫେରିଥିଲା ଫେରି। ତେବେ ଏହାକୁ ସାଙ୍ଗେ ସାଙ୍ଗେ ପୁଣି ଜହ୍ନିକୁଦାକୁ ନେଇ ଯିବାକୁ ଜିଦ ଧରିଥିଲେ ଗମ୍ଭାରୀ ଗାଁର କିଛି ଲୋକ।

chilika 2

ତେବେ ଫେରି କର୍ମଚାରୀ ଓ ଡ୍ରାଇଭର ଏନେଇ ମନାକରିବାକୁ ସେମାନଙ୍କୁ ମାଡ଼ ମାରିବା ସହ ବନ୍ଧୁକ ଦେଖାଇ ଫେରୀକୁ ସାତପଡ଼ା ନେଇଯାଇଥିଲେ। ଏଥିସହ ଫେରୀର କଲେକ୍ସନ ଟଙ୍କାକୁ ମଧ୍ୟ ସେମାନେ ନେଇଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ପରେ ସିଡିଏ କର୍ମଚାରୀମାନେ ଭୟଭୀତ ହୋଇ ପଡ଼ିଛନ୍ତି । ସେମାନେ ଘଟଣ ସଂପର୍କରେ ସିଡିଏ ସିଇଓଙ୍କୁ ଲିଖିତ ଆକାରରେ ଜଣାଇବା ପରେ ସିଇଓ ବ୍ରହ୍ମଗିରି ଥାନାରେ ଏତଲା ଦେଇଛନ୍ତି। ସେପଟେ ଭୟଭୀତ କର୍ମଚାରୀ ଆଜି କାର‌୍ୟ୍ୟରେ ଯୋଗଦେଇନାହାନ୍ତି ।