ରାଜ୍ୟ ସଚିବାଳୟରେ CDMOଙ୍କ ଦୁଇ ଦିନିଆ ସମ୍ମିଳନୀ, ସମସ୍ତଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ଲକ୍ଷ୍ୟ

ଭୁବନେଶ୍ବର(କେନ୍ୟୁଜ୍): ରାଜ୍ୟ ସଚିବାଳୟରେ CDMOଙ୍କ ଦୁଇ ଦିନିଆ ସମ୍ମିଳନୀ। ଆସନ୍ତା ୧୦୦ଦିନ ପାଇଁ ପ୍ରସ୍ତୁତ କରାଗଲା ଯୋଜନା। ସମସ୍ତଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି। ଡାକ୍ତର ବଳକା ରାଜ୍ୟ କରିବା ପାଇଁ ପଦକ୍ଷେପ ନିଆଯାଉଥିବା ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ। ବୈଠକରେ ସାସ୍ଥ୍ୟ ବିଭାଗର VISIO-2025 ପଲିସି ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କଠାରୁ ପରାମର୍ଶ ଗ୍ରହଣ କରାଯାଇଛି। ଡାକ୍ତରଙ୍କ ସମସ୍ୟା ସମାଧାନ ପାଇଁ ଭିନ୍ନ ଭିନ୍ନ କମିଟି ଗଠନ ହେବ। ନୂଆ ସରକାର ଗଠନ ହେବା ପରେ ଏହା ପ୍ରଥମ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସମ୍ମିଳନୀ।

You might also like