କେନ୍ଦୁଝର ଶିଶୁ ମୃତ୍ୟୁ ମାମଲା: ଗତ ୨୪ ଘଣ୍ଟା ମଧ୍ୟରେ ୬ ନୁହେଁ ୪ ଶିଶୁଙ୍କର ମୃତ୍ୟୁ ଘଟିଥିବାର କହିଲେ CDMO

କେନ୍ଦୁଝର (କେନ୍ୟୁଜ): କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ SNCUରେ ୬ ଜଣ ନବଜାତକଙ୍କ ମୃତ୍ୟୁ ଅଭିଯୋଗରେ ଆଜି ମୁହଁ ଖୋଲିଲେ କେନ୍ଦୁଝର ଜିଲ୍ଲା CDMO ସୁଜାତା ରାଣୀ ମିଶ୍ର। ହେଲେ ଗତ ୨୪ ଘଣ୍ଟା ଭିତରେ ୬ ନୁହେଁ, ବରଂ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ଵୀକାର କରି ରିପୋର୍ଟ ମଧ୍ୟ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବଙ୍କୁ । ରିପୋର୍ଟରେ ମଧ୍ୟ ଲେଖିଛନ୍ତି ଯେ ଏଠାରେ ଡାକ୍ତରଙ୍କ ର କୌଣସି ଅଭହେଳା ହେଇ ନାହିଁ । ତେବେ ଏଠାରେ ପ୍ରଶ୍ନ ଉଠୁଛି ମୃତ ଶିଶୁଙ୍କର ଅଭିଭାବକ ମାନେ କଣ ମିଛ କହୁଛନ୍ତି କି ? ତେବେ ଏହି ଘଟଣାର ସିସି ତଦନ୍ତ କଲେ ସତ୍ୟାସତ୍ୟ ଘଟଣା ସାମ୍ନା କୁ ଆସିବ ।

ସେପଟେ ଏଭଳି ଅଭାବନୀୟ ଘଟଣା ପରେ ଗତକାଲି ସଦର ବିଧାୟକ ମୋହନ ମାଝି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଡାକ୍ତରଙ୍କ ଅଭାବ ଯୋଗୁଁ ଏପରି ମୃତ୍ୟୁ ଘଟୁଥିବା କହିବା ସହ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ।

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି, ଏହା ଏକ ଦୁଃଖଦାୟକ ଘଟଣା । ଏଭଳି ଶିଶୁ ମୃତ୍ୟୁର କାରଣ ସମ୍ପର୍କରେ ଅନୁଧ୍ୟାନ ପାଇଁ ଏବଂ ତୁରନ୍ତ ପଦକ୍ଷେପ ପାଇଁ ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାର ନିରାକରଣ ପାଇଁ ମଧ୍ୟ ପଦକ୍ଷେପ ନେବାକୁ କୁହାଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତ ୧୮ ଦିନରେ ୧୩ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଚଳିତ ମାସ ବର୍ତ୍ତମାନ ପର୍ଯ୍ୟନ୍ତ ଡାକ୍ତରଖାନାରେ ୧୨୨ ଜଣ ଶିଶୁ ଭର୍ତ୍ତି ହୋଇଥିବା ବେଳେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ଗତକାଲି ସୂଚନା ଦେଇଥିଲେ ଏଡିଏମ୍‌ଓ କିଶୋର ପୃଷ୍ଟି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.