କଳାହାଣ୍ଡି: ୮୦ ହଜାର ଟଙ୍କା ଲାଞ୍ଚ ନେଇ ସିଡିପିଓ ଗିରଫ,ଆୟ ବର୍ହିଭୂତ ସମ୍ପତ୍ତିର ଯାଞ୍ଚ କରୁଛି ଭିଜିଲାନ୍ସ

କଳାହାଣ୍ଡି(କେନ୍ୟୁଜ୍): ଲାଞ୍ଚ ନେଇ ସିଡିପିଓ ଗିରଫ । ୮୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ସିଡିପିଓ ମୀନା ପାତ୍ର । ଦୁଇଟି ସ୍ୱୟଂ ସହାୟକ ଗୋଷ୍ଠୀର ଛତୁଆ ବିଲ୍‌ କରାଇ ଦେବାକୁ ଲାଞ୍ଚ ନେଉଥିଲେ ସିଡିପିଓ । ଏତିକିବେଳେ ଧରିଥିଲା ଭିଜିଲାନ୍ସ । ମୀନା ପାତ୍ରଙ୍କ ପାଖରୁ ଜବତ ହୋଇଛି ଲାଞ୍ଚ ଟଙ୍କା ।

ଏହି ମାମଲାରେ କୋରାପୁଟ ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ ହୋଇଛି । ଆୟ ବର୍ହିଭୂତ ସମ୍ପତ୍ତିର ଯାଞ୍ଚ କରୁଛି ଭିଜିଲାନ୍ସ । କଳାହାଣ୍ଡି ଜିଲ୍ଲାର ତିନିଟି ସ୍ଥାନରେ ଏକକାଳୀନ ରେଡ୍‌ ହୋଇଛି । ମୀନା ପାତ୍ରଙ୍କ ସରକାରୀ କ୍ୱାର୍ଟର୍ସ, ଅଫିସ ଓ ଭବାନୀପାଟଣାର ନାକଟିଗୁଡ଼ାରେ ଥିବା ଘରେ ରେଡ୍‌ କରିଛି ଭିଜିଲାନ୍ସ ।

Leave A Reply

Your email address will not be published.