ରାଜ୍ୟ

ନିର୍ବାଚନକୁ କରାଯିବ ଅବାଧ ଓ ସ୍ୱଚ୍ଛ ସହ ନିରାପଦ:  ୧୫ ତାରିଖରେ ସବୁ ଜିଲ୍ଲାପାଳ ଓ ଏସପିଙ୍କ ସହ ଆଲୋଚନା କରିବେ CEC

ଭୁବନେଶ୍ବର(କେନ୍ୟୁଜ୍):  ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ଜୋରଦାର ଚାଲିଛି ପ୍ରସ୍ତୁତି । ଆସନ୍ତା ୧୫ ତାରିଖରେ ସବୁ ଜିଲ୍ଲାପାଳ ଓ ଏସପିଙ୍କ ସହ ଆଲୋଚନା କରିବେ ରାଜ୍ୟ ନିର୍ବାଚନ କମିଶନର । ସକାଳ ସାଢ଼େ ୧୦ଟାରେ ଜିଲ୍ଲାପାଳ, ଏସପି, ଡିସିପି, ଆରଡିସି, ଆଇଜି, ଡିଆଇଡିମାନଙ୍କ ସହ ଭର୍ଚୁଆରେ କଥା ହେବେ ।

ନିର୍ବାଚନ କମିଶନରଙ୍କ ଅଫିସର ସମ୍ମଳନୀ କକ୍ଷରେ ନିର୍ବାଚନ କମିଶନରଙ୍କ ସମେତ ମୁଖ୍ୟ ଶାସନ ସଚିବ, ପୋଲିସ ଡିତି, ଉନ୍ନୟନ କମିଶନର, ଗୃହ ସଚିବ, ସ୍ୱାସ୍ଥ୍ୟ ସଚିବ ଓ ପଞ୍ଚାୟତିରାଜ ବିଭାଗର ସଚିବ ପ୍ରମୁଖ ଉପସ୍ଥିତ ରହିବେ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଅବାଧ, ସ୍ୱଚ୍ଛ ଓ ନିରାପଦ କରିବା ସହ ଶୃଙ୍ଖଳିତ ପରିଚାଳନା ଉପରେ ଆଲୋଚନା ହେବ । ସେହିପରି ନିର୍ବାଚନ ବେଳେ ଆଇନଶୃଙ୍ଖଳା ରକ୍ଷା ସହ କୋଭିଡ୍‌ କଟକଣାରେ କିଭଳି ୱନିରାପଦ ନିର୍ବାଚନ ହୋଇପାରିବ ସେନେଇ ବିସ୍ତୃତ ଆଲୋଚନା ହେବ ।

 

KNews Bureau

Recent Posts

ଥାନା ଭିତରେ ବୋହୂ, ବାହାରେ ନାତି ନାତୁଣିଙ୍କୁ ଧରି ଛିଡା ହୋଇଛନ୍ତି ଶାଶୁ

ଚୌଦ୍ୱାର : ଶାଶୁ କହୁ କହୁ କାନ୍ଦି ପକାଉଛନ୍ତି । ନିଜର ନାତି ନାତୁଣୀଙ୍କୁ ଧରି ଶାଶୁ ପହଁଚିଛନ୍ତି ଥାନାରେ…

29 mins ago

ରାଜ୍ୟରେ ମୌସୁମୀର ପ୍ରଭାବରେ ବର୍ଷା, ୨୬ ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…

38 mins ago

OSRTC ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…

50 mins ago

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

57 mins ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

59 mins ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

1 hour ago