କିସ୍ ଓ କିଟ୍ ବିଶ୍ୱବିଦ୍ୟାଳୟରେ ଫିଟ୍ ଇଣ୍ଡିଆ ମୁଭମେଣ୍ଟ କାର୍ଯ୍ୟକ୍ରମ ପାଳିତ

ଭୁବନେଶ୍ବର(କେନ୍ୟୁଜ୍): କିସ୍ ଓ କିଟ୍ ବିଶ୍ୱବିଦ୍ୟାଳୟରେ ପାଳିତ ହୋଇଛି ଫିଟ୍ ଇଣ୍ଡିଆ ମୁଭମେଣ୍ଟ କାର୍ଯ୍ୟକ୍ରମ । କିଟ୍ ବିଶ୍ୱ ବିଦ୍ୟାଳୟର ହକି ଗ୍ରାଉଣ୍ଡରେ ଶତାଧିକ ଛାତ୍ରଛାତ୍ରୀ ଏକାଠି ହୋଇ ଫିଟ୍ ଇଣ୍ଡିଆ ମୁଭମେଣ୍ଟ କାର୍ଯ୍ୟକମରେ ଅଂଶଗ୍ରହଣ କରିଥିଲେ । କିଟ୍ କୁଳପତି ପ୍ରଫେସର ହୃଷିକେଷ ମହାନ୍ତି ପତାକା ଉଡାଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।
ସେହିଭଳି କିସ୍ ବିଶ୍ୱ ବିଦ୍ୟାଳୟରେ ମଧ୍ୟ ପାଳିତ ହୋଇଛି ଫିଟ୍ ଇଣ୍ଡିଆ ମୁଭମେଣ୍ଟ କାର୍ଯ୍ୟକ୍ରମ । ପତାକା ଦେଖାଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ କିସ୍ର କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ । ଏହି ଅବସରରେ କିସ୍ ବିଶ୍ୱ ବିଦ୍ୟାଳୟର ୮ ହଜାର ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ୧୦ହଜାର ପାଦ ଚାଲି ଚାଲି ଶିଖରଚଣ୍ଡି ପାହାଡ ପାଦଦେଶକୁ ଯାଇଥିଲେ । ଶିକ୍ଷାର ବିକାଶ ପାଇଁ ପାଠ୍ୟକ୍ରମ ସହ ଶାରିରୀକ ବିକାଶର ମଧ୍ୟ ଆବଶ୍ୟକତା ଥିବା କହିଛନ୍ତି କିସ୍ କୁଳପତି ।