ସିମେଣ୍ଟ କାରଖାନାରେ ଅଘଟଣ ଘଟଣା: ଉଦ୍ଧାର ପାଇଁ ପ୍ଲାଣ୍ଟ ଭିତରକୁ ଯାଇଛି ୩ଟି କ୍ରେନ ଓ ୩ଟି ଆମ୍ବୁଲାନ୍ସ

ସୁନ୍ଦରଗଡ଼ : ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ କାରଖାନାରେ ଦୁର୍ଘଟଣା ଘଟଣାରେ ରେସକ୍ୟୁ ଅପରେସନ ଜାରି ରହିଛି । କୋଇଲା ଗୁଣ୍ଡ ତଳେ ଚାପିହୋଇ ରହିଛନ୍ତି ଅନେକ ଶ୍ରମିକ । ଉଦ୍ଧାର ପାଇଁ ପ୍ଲାଣ୍ଟ ଭିତରକୁ ୩ଟି କ୍ରେନ ଓ ୩ଟି ଆମ୍ବୁଲାନ୍ସ ଯାଇଛି । ସେମାନଙ୍କୁ ଉଦ୍ଧାର ପାଇଁ ଚେଷ୍ଟା ଜାରି ରହିଛି । ଦୁର୍ଘଟଣାକୁ ନେଇ କାରଖାନା ବାହାରେ ଉତ୍ତେଜନା ଲାଗିରହିଛି । ଷ୍ଟକ୍ ରଖାଯାଉଥିବା କୋଇଲା ହପର ଗତକାଲି ଭୁଷୁଡ଼ି ପଡିଥିଲା ।

ଏହି ସମୟରେ ହପର ଦାୟିତ୍ବରେ ଥିଲେ ୧୨ଜଣ ଶ୍ରମିକ । ସନ୍ଧ୍ୟା ପ୍ରାୟ ୫ଟା ୩୦ରୁ ୬ଟା ସମୟରେ ହଠାତ ଏକ ବଡ଼ ଶବ୍ଦ ହୋଇଥିଲା ଏବଂ ପ୍ଲାଣ୍ଟରୁ କରେଣ୍ଟ ଚାଲି ଯାଇ ଥିଲା । ହପରରେ ଗଚ୍ଛିତ ହଟ କୋଇଲା ଡ଼ଷ୍ଟ ହପର ତଳେ ଥିବା ପ୍ଲେଟ୍ ଖସି ଯିବାରୁ କୋଇଲା ଡଷ୍ଟ ତଳେ ଶ୍ରମିକମାନେ ଚାପି ହୋଇ ରହିଥିବା କୁହାଯାଉଛି ।  ନିୟମିତ ମେଣ୍ଟେନାନ୍ସ ରେ ଅବହେଳା ଯୋଗୁ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି । ଦୁର୍ଘଟଣାରେ ମୃତାହତ ଙ୍କ ସମ୍ପର୍କରେ କମ୍ପାନୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଉନଥିବାରୁ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ରାଜଗାଙ୍ଗପୁର ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ ।

You might also like