ସିମେଣ୍ଟ ବୋଝେଇ ଟ୍ରକ-କାର୍ ଧକ୍କା, ଜଣେ ମହିଳା କଳାକାର ମୃତ, ୫ ଆହତ

କଟକ (କେନ୍ୟୁଜ): ସିମେଣ୍ଟ ବୋଝେଇ ଟ୍ରକ ସହ କାର୍ ଧକ୍କା । କାରକୁ ଧକ୍କା ନେଇ ନଦୀକୁ ଖସିଲା ଟ୍ରକ। ଦୁର୍ଘଟଣାରେ ଜଣେ ମୃତ ୫ ଆହତ ହୋଇଛନ୍ତି। କଟକ କାଜିପାଟଣା ନିକଟ କୁଆଖାଇ ବ୍ରିଜ୍ ଉପରେ ଘଟିଛି ଏପରି ଦୁର୍ଘଟଣା । କାର ଏକ ଟିଭି ସିରିଏଲ କଳାକାର ଟିମ ଥିଲେ । ମୃତ ମହିଳା କଳାକାର ଟିମର ସଦସ୍ୟ ଥିଲେ ବୋଲି ସୂଚନା ମିଳିଛି ।

ସୂଚନା ଅନୁସାରେ ଗଟିକଲାଈ ବିଳମ୍ବିତ ରାତିରେ ସୁଟିଂ ସାରି ଏକ କାରରେ କଟକ ବାଲିକୁଦାରୁ ଫେରୁଥିଲେ ଟିଭି ସିରିଏଲର କଳାକାର ଟିମ । ଏହି ସମୟରେ କୁଆଖାଇ ବ୍ରିଜ୍ ଉପରେ ସିମେଣ୍ଟ ବୋଝେଇ ଟ୍ରକ ସହ କାର୍ ଧକ୍କା ହୋଇଥିଲା । ପରେ ବ୍ରିଜ୍ ତଳକୁ ଖସି ପଡ଼ିଥିଲା ଟ୍ରକ । ଖବର ପାଇ ଘଟଣାସ୍ଥଳରେ ବାରଙ୍ଗ ଅଗ୍ନିଶମ କେନ୍ଦ୍ର କର୍ମଚାରୀ ପହଞ୍ଚି କାର ଡୋର କାଟି ଆହତଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ସମସ୍ତଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.