ସାମୁହିକ ଅସ୍ଥି ବିସର୍ଜନ କରିବେ ଶ୍ମଶାନ ବନ୍ଧୁ

ସୁନ୍ଦରଗଡ଼: ଆଜିକାଲିର ଦୁନିଆରେ କିଏ ବା କାହାକୁ ପଚାରେ । କିନ୍ତୁ ଏଭଳି କିଛି ମଣିଷ ଅଛନ୍ତି ଯିଏ ଅଚିହ୍ନା ମୃତ ବ୍ୟକ୍ତିଙ୍କ ମୋକ୍ଷ ପ୍ରାପ୍ତି ପାଇଁ କେତେ କଣ କରୁଛନ୍ତି । ଯାହାକୁ ସହଜରେ ବିଶ୍ବାସ କରିବା ସମ୍ଭବପର ନୁହେଁ । ସ୍ବାର୍ଥପର ଦୁନିଆରେ ନିଜ ପରିବାର ଲୋକଙ୍କୁ ଅସୁବିଧା ସମୟରେ ପଚାରୁ ନାହାଁନ୍ତି । ହେଲେ ଶଶ୍ମାନ ବନ୍ଧୁଙ୍କର ଏପରି ପ୍ରୟାସ ସବୁଠି ପ୍ରଶଂସା ଯୋଗ୍ୟ ।
ନିଜର ରକ୍ତ ସଂପର୍କୀୟ କି ଜ୍ଞାତି କୁଟୁମ୍ବ କେହି ପାଖ ମାଡ଼ି ନଥିଲେ । ସ୍ଵେଚ୍ଛାକୃତ ଭାବେ ଅନ୍ତିମ ସଂସ୍କାର କରି ସପ୍ତାହେ ସଂରକ୍ଷିତ ରଖିଥିବା ୬୨ ଜଣ ଅଚିହ୍ନା ଅସହାୟ ବ୍ୟକ୍ତିଙ୍କ ଅସ୍ଥି କଳସ ମୋକ୍ଷ ପ୍ରାପ୍ତି ଉଦ୍ଦେଶ୍ୟରେ ପ୍ରୟାଗ ରାଜ ରେ ବିସର୍ଜନ କରିବାକୁ ବାହାରିଲେ ସୁନ୍ଦରଗଡ଼ର ଚର୍ଚ୍ଚିତ ସ୍ମଶାନ ବନ୍ଧୁ ।
ଅସ୍ଥି କଳସ ଗୁଡ଼ିକ ସୁନ୍ଦରଗଡ଼ ରାଣୀ ବଗିଚା ସ୍ଥିତ ସ୍ବର୍ଗଦ୍ବାର ଠାରେ ସମ୍ମାନ ସହ ଶୁଦ୍ଧି ସଂସ୍କାର ସହ ପୂଜାର୍ଚ୍ଚନା କରିବା ପରେ ପ୍ରୟାଗରାଜ ଯିବାକୁ ବାହାରିଛନ୍ତି । ତ୍ରିବେଣୀ ସଙ୍ଗମଠାରେ ସାମୁହିକ ଅସ୍ଥି କଳସ ବିସର୍ଜନ କରିବା ସହିତ ଗୟା ଫାଲଗୁ ନଦୀରେ ଶ୍ରାଦ୍ଧ କରାଯିବ । ୧୪ ତାରିଖ ଶଶ୍ମାନ ବନ୍ଧୁ ଫେରିଲା ପରେ ୧୮ ତାରିଖରେ ରାମଜୀ ମନ୍ଦିରରେ ସାମୁହିକ ଶ୍ରାଦ୍ଧ ସହ ଗଙ୍ଗାଭୋଜର ଆୟୋଜନ କରାଯାଇଛି । ଯେମିତି ସବୁ ନିତି କର୍ମ କରାଯାଏ ସେ ସବୁ କରାଯିବ ।
Also Read:ବାପାର ଦ୍ବିତୀୟ ବିବାହ ପ୍ରସ୍ତାବ ସହିନପାରି ଜୀବନ ହାରିଲେ ୨ପୁଅ, ପୋଲିସର ତଦନ୍ତ ଜାରି