ଆରପାରିରେ ଶତାୟୁ ସ୍ବାଧୀନତା ସଂଗ୍ରାମୀ ଜିତେନ୍ଦ୍ରୀୟ ପ୍ରଧାନ
ବରଗଡ(କେନ୍ଯୁଜ୍): ଆରପାରିରେ ଶତାୟୁ ସ୍ବାଧୀନତା ସଂଗ୍ରାମୀ ଜିତେନ୍ଦ୍ରୀୟ ପ୍ରଧାନ । ୧୯୪୨ ମସିହା ଭାରତ ଛାଡ ଆନ୍ଦୋଳନରେ ମହାତ୍ମାଗାନ୍ଧୀଙ୍କ ଡାକରରେ ବରଗଡ ଜିଲ୍ଲା ସୋହେଲା ବ୍ଲକ ପାଣିମୋରା ଗ୍ରାମର ୩୨ ଜଣ ସ୍ବାଧୀନତା ସଂଗ୍ରାମୀ ଏକା ସାଥିରେ ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ।
ପୂର୍ବରୁ ୩୧ ଜଣ ସ୍ବାଧୀନତା ସଂଗ୍ରାମୀଙ୍କ ପରଲୋକ ହୋଇଥିବା ବେଳେ ଗତକାଲି ଅପରହ୍ନାରେ ପାଣିମୋରା ସ୍ଥିତ ନିଜ ବାସଭବନରେ ୧୦୩ ବର୍ଷ ବୟସରେ ଜିତେନ୍ଦ୍ରୀୟ ପ୍ରଧାନ ସ୍ବର୍ଗାରୋହଣ କରିଛନ୍ତି । ମୃତ୍ୟୁ ଖବର ଶୁଣି ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ସୂଚନା ମୁତାବକ କିଛି ଦିନ ହେବ ସ୍ବର୍ଗତ ପ୍ରଧାନଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ବେଳେ ତାଙ୍କୁ ର୍ବିଲା ବଡ ମାଡିକାଲରେ ଚିକିତ୍ସା କରିବା ପରେ ନିଜ ବାସଭାବନକୁ ଅଣାଯାଇଥିଲା । ସ୍ବର୍ଗତ ପ୍ରଧାନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।