କେନ୍ଦ୍ର ସରକାର ଗରିବ ଲୋକଙ୍କ ଚାଉଳରୁ ୫ କିଲୋ କାଟି ଦେଲେ, ଆମେ ଏହାକୁ ବିରୋଧ କରୁଛୁ: ନବୀନ

ମହିଳାଙ୍କୁ ସମ୍ବୋଧନ କରିବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ମହିଳା ସଶକ୍ତିକରଣ ବିଜେଡିର ଫୋକସ । ଏଥିରେ ଓଡ଼ିଶା ଆଗୁଆ ରାଜ୍ୟ ହୋଇ ପାରିଛି। ପଂଚାୟତ ଓ ପୌରରେ 50 % ମହିଳା ସଂରକ୍ଷଣ କରିଛୁ। 33% କେନ୍ଦ୍ର ସରକାର ଗରିବ ଲୋକଙ୍କ ଚାଉଳରୁ 5 କିଲୋ କାଟି ଦେଲେ

ଭୁବନେଶ୍ୱର(କେନ୍ୟୁଜ): ରାଜ୍ୟ ବିଜେଡି କାର୍ଯ୍ୟାଳୟ ପରିସରରେ ବିଜୁ ମହିଳା ଜନତା ଦଳ ତରଫରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏଥିରେ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ରିତା ସାହୁ,ବାସନ୍ତୀ ହେମ୍ବ୍ରମ,ସାଂସଦ ଶର୍ମିଷ୍ଠା ସେଠି, ରାଜଶ୍ରୀ ମଲ୍ଲିକ, ବିଧାୟିକା ତଥା ବିଜୁ ମହିଳା ଜନତା ଦଳ ସଭାପତି ସ୍ନେହାଙ୍ଗିନୀ ଛୁରିଆ,ବିଧାୟିକା ସୁନନ୍ଦା ଦାସ,ପୂର୍ବତନ ସାଂସଦ ସରୋଜିନୀ ହେମ୍ବ୍ରମ ଓ ମେୟର ସୁଲୋଚନା ଦାସ ପ୍ରମୁଖ ଯୋଗଦେଇ ସମାଜରେ ମହିଳାଙ୍କ ଅବଦାନ ବିଷୟରେ ଆଲୋଚନା କରିଛନ୍ତି।

ଏହି ଅବସରରେ ମହିଳାଙ୍କୁ ସମ୍ବୋଧନ କରିବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ମହିଳା ସଶକ୍ତିକରଣ ବିଜେଡିର ଫୋକସ । ଏଥିରେ ଓଡ଼ିଶା ଆଗୁଆ ରାଜ୍ୟ ହୋଇ ପାରିଛି। ପଂଚାୟତ ଓ ପୌରରେ 50 % ମହିଳା ସଂରକ୍ଷଣ କରିଛୁ। 33% କେନ୍ଦ୍ର ସରକାର ଗରିବ ଲୋକଙ୍କ ଚାଉଳରୁ 5 କିଲୋ କାଟି ଦେଲେ। LPG ଦର ଆକାଶ ଛୁଆଁ ହେଲାଣି। ମାଆ ମାନେ ଅଧିକ ହଇରାଣ ହେଉଛନ୍ତି। ଆମେ ଏହି ମହିଳା ବିରୋଧୀ ନୀତିକୁ ବିରୋଧ କରିଛୁ। SHGରୁ ସେମାନେ ଉଦ୍ୟୋଗୀ ହେବାର ଯାତ୍ରା ଆରମ୍ଭ କରିଛନ୍ତି। ବିଜେଡି ସବୁବେଳେ ମାଆ ମାନଙ୍କ ପାଇଁ କାମ କରିଛି ଓ କରିଚାଲିବ। ସେମାନେ ସଶକ୍ତ ହୁଅନ୍ତୁ ଦକ୍ଷ ହୁଅନ୍ତୁ। ସେମାନଙ୍କ ପରିଚୟ ଓଡିଶାର ପରିଚୟ ହେଉ ।