କିଟ୍‌ ଓ କିସ୍‌ରେ ଆରମ୍ଭ ହେବ ଜାପାନୀ ଭାଷା ଓ ଉତ୍କର୍ଷ କେନ୍ଦ୍ର, କାଲି ଉଦଘାଟନ କରିବେ ଜାପାନ ରାଷ୍ଟ୍ରଦୂତ

କେନ୍ୟୁଜ୍(ବ୍ୟୁରୋ):କିଟ୍‌ ଓ କିସ୍‌ରେ ଆରମ୍ଭ ହେବ ଜାପାନୀ ଭାଷା ଓ ଉତ୍କର୍ଷ କେନ୍ଦ୍ର। କିଟ୍‌ ଓ କିସରେ ଜାପାନୀ ଭାଷା କେନ୍ଦ୍ର ଓ ଉତ୍କର୍ଷ କେନ୍ଦ୍ର ଖୋଲିବା ସହ ଇଣ୍ଟର୍ନସିପ୍‌ ଏବଂ ମିସ୍ୱିସ୍‌ କ୍ରୀଡା ସିଏସ୍‌ଆର କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଏହିସବୁ ବ୍ୟବସ୍ଥାକୁ ଭାରତରେ ଅବସ୍ଥାପିତ ଜାପାନ ରାଷ୍ଟ୍ରଦୂତ ସାତୋସି ସୁଜୁକି ଆସନ୍ତା ୧୪ ତାରିଖରେ ଉଦ୍‌ଘାଟନ କରିବେ। ଏହି କାର୍ଯ୍ୟକ୍ରମ ପାଇଁ ଭାରତ ସରକାରଙ୍କ ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା, ମିସ୍ୱିସ୍‌ ଭାରତର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ୟୋଜି ତାଗୁଚି, ମିସ୍ୱିସ୍‌ ଭାରୀଶିଳ୍ପ ଭାରତର ପରିଚାଳନା ନିର୍ଦ୍ଦେଶକ ସୁଶେକେ ସୁତୋ ପ୍ରମୁଖ କିଟ୍‌ ଓ କିସ୍‌ ପରିଦର୍ଶନରେ କରିଛନ୍ତି। ଭାରତରେ ଅବସ୍ଥାପିତ ଜାପାନର ରାଷ୍ଟ୍ରଦୂତ ସାତୋସିଙ୍କ ନେତୃତ୍ୱରେ ଏକ ଜାପାନ ପ୍ରତିନିଧିମଣ୍ଡଳ ସହ କିଟ୍‌ ଓ କିସ୍‌ ପରିଦର୍ଶନରେ ଅଛନ୍ତି। ପ୍ରଥମ ଥର ଲାଗି ଓଡ଼ିଶାର କିଟ୍‌ ଓ କିସରେ ଏଭଳି ବ୍ଯବସ୍ଥା ଆରମ୍ଭ ହେବାକୁ ଯାଉଛି।

ଜାପାନୀ ଭାଷା କେନ୍ଦ୍ର ବିଶେଷ କରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜାପାନୀ ଭାଷା ଓ ସଂସ୍କୃତିର ପ୍ରଚାର ଓ ପ୍ରସାର ସହ ଦୁଇ ଦେଶ ମଧ୍ୟରେ ସଂପର୍କକୁ ନିବିଡ଼ କରିବାରେ ସହାୟକ ହେବ। ଇଣ୍ଟର୍ନସିପ୍‌ କାର୍ଯ୍ୟକ୍ରମରେ ୧୫୦ବର୍ଷ ପୁରାତନ ମିସ୍ୱିସ୍‌ ଗ୍ରୁପ୍‌ କିଟ୍‌ରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷାନବୀଶ- (ଇଣ୍ଟର୍ଣ୍ଣ) ରୂପେ ଗ୍ରହଣ କରିବ। ଏହା ବ୍ୟତୀତ ମିସ୍ୱିସ୍‌ ତାର ସିଏସ୍‌ଆର କାର୍ଯ୍ୟକ୍ରମ ଜରିଆରେ କିସ୍‌ ଛାତ୍ରଛାତ୍ରୀଙ୍କୁ ସହଯୋଗ ଯୋଗାଇ ଦେବ। ଏହି ଅବସରରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ କହିଛନ୍ତି, ଭାରତ ଓ ଜାପାନ ମଧ୍ୟରେ ଥିବା କୂଟନୈତିକ ସଂପର୍କର ୭୦ବର୍ଷ ପୂର୍ତ୍ତି ଉଭୟ ଦେଶ ପାଳନ କରିବାକୁ ଯାଉଥିବା ବେଳେ ଜାପାନ ଦୂତାବାସ, ମିସ୍ୱିସ୍‌ ଗ୍ରୁପ୍‌ ଓ କିଟ୍‌ ଓ କିସ୍‌ର ଏହି ମିଳିତ ପ୍ରୟାସ ଜାପାନ ଓ ଭାରତ ଉଭୟ ଦେଶର ଲୋକଙ୍କ ମଧ୍ୟରେ ସୌହାର୍ଦ୍ଦ ବୃଦ୍ଧି କରିବାରେ ଏକ ନୂତନ ଦିଗନ୍ତ ସୃଷ୍ଟି କରିବ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭାରତରେ ଥିବା ଜାପାନ ଦୂତାବାସ, ଭାରତ ବୈଦେଶିକ ମନ୍ତ୍ରାଳୟ ଓ ମିସ୍ୱିସ୍‌ ଗ୍ରୁପ୍ର ବରିଷ୍ଠ ପଦାଧିକାରୀଗଣ ଉପସ୍ଥିତ ଥିବା ବେଳେ କିଟ୍‌ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି, ଉପକୁଳପତି ପ୍ରଫେସର ସସ୍ମିତା ସାମନ୍ତ, କୁଳସଚିବ ଜ୍ଞାନ ରଞ୍ଜନ ମହାନ୍ତିଙ୍କ ସମେତ କିଟ୍‌ ଓ କିସ୍‌ର ବହୁ ବରିଷ୍ଠ ପଦାଧିକାରୀ ଉପସ୍ଥିତ ରହିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.