ସେଣ୍ଟର ଫର ଷ୍ଟଡି ଅଫ୍ କନଟେମ୍ପରାରୀ ସୋସାଇଟିଜ ପକ୍ଷରୁ ଜାତୀୟସ୍ତରୀୟ ଆଲୋଚନାଚକ୍ର

ଭୁବନେଶ୍ୱରରେ(କେନ୍ଯୁଜ୍) : ସେଣ୍ଟର ଫର ଷ୍ଟଡି ଅଫ୍ କନଟେମ୍ପରାରୀ ସୋସାଇଟିଜ ପକ୍ଷରୁ ଭୁବନେଶ୍ୱରରେ ଜାତୀୟସ୍ତରୀୟ ଆଲୋଚନାଚକ୍ର । ଏଥିରେ ପଞ୍ଚଦଶ ଅର୍ଥ କମିଶନଙ୍କ ଟର୍ମସ ଅଫ ରେଫରେନସ ବା ମାନଦଣ୍ଡ ଉପରେ ଆଲୋଚନା ପର୍ଯ୍ଯାଲୋଚନା କରାଯାଇଛି । ମାନଦଣ୍ଡକୁ ନେଇ ବିଭିନ୍ନ ରାଜ୍ୟ ମାନଙ୍କର ଆପତ୍ତି ରହିଛି । ବିଶେଷକରି ଜନସଂଖ୍ୟା ଆଧାରରେ କେନ୍ଦ୍ରୀୟ ରାଜସ୍ୱ ବଣ୍ଟନ ଉପରେ ଦକ୍ଷିଣ ଭାଗରେ ଥିବା ରାଜ୍ୟଗୁଡ଼ିକ ଆପତ୍ତି ଉଠାଉଛନ୍ତି । ପଞ୍ଚଦଶ ଅର୍ଥ କମିଶନ ଦ୍ୱାରା କିପରି ପଛୁଆ ରାଜ୍ୟଗୁଡ଼ିକ ଅଧିକ ଲାଭବାନ ହୋଇପାରିବେ ତାଉପରେ ମଧ୍ୟ ଆଲୋଚନା ହୋଇଛି ।
ଏହାଛଡା ବିଭିନ୍ନ କ୍ଷେତ୍ରରେ ରାଜ୍ୟଗୁଡ଼ିକର କ୍ଷତି ଭରଣା ପାଇଁ କେଉଁ କେଉଁ ପଦକ୍ଷେପ ନିଆଯିବ ସେନେଇ ମଧ୍ୟ ଅର୍ଥନୀତି ବିଶାରଦମାନେ ମତ ରଖିଛନ୍ତି । ଏହି ଆଲୋଚନା ଚକ୍ରରେ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଅର୍ଥନୀତିଜ୍ଞ, ଅର୍ଥନୀତି ବିଭାଗର ଛାତ୍ରଛାତ୍ରୀ, ଅଧ୍ୟାପକ, ପ୍ରଶାସନିକ ଅଧିକାରୀ ଯୋଗଦେଇଥିଲେ । ଏହି ଜାତୀୟସ୍ତରୀୟ ଆଲୋଚନା ଚକ୍ରରେ ବାହାରିଥିବା ନିଷ୍କର୍ଷକୁ କେନ୍ଦ୍ର ଓ ରାଜ୍ୟ ଅର୍ଥ ବିଭାଗକୁ ପଠାଯିବ। ଏହାକୁ ପଞ୍ଚଦଶ ଅର୍ଥ କମିଶନ ଗ୍ରହଣ କରିବେ ବୋଲି ଆଶା ରହିଛି ।