ନୂଆଦିଲ୍ଲୀ: ପ୍ରକାଶ ପାଇଲା CBSE ଦ୍ୱାଦଶ ରେଜଲ୍ଟ। www.cbse.nic.in ୱେବସାଇଟ୍ରେ ପରୀକ୍ଷା ଫଳ ଉପଲବ୍ଧ। ଦ୍ୱାଦଶରେ ପରୀକ୍ଷ ଦେଇଥିଲେ ପ୍ରାୟ ୧୨ ଲକ୍ଷ ଛାତ୍ରଛାତ୍ରୀ। ପାସ୍ ହାର ରହିଛି ୯୨.୭୧ % । ୯୪.୫୪% ଛାତ୍ରୀ ଓ ୯୧.୨୫% ଛାତ୍ର ପାସ୍। ଅପରାହ୍ନ ୨ଟାରେ ଦଶମ ଶ୍ରେଣୀ ପିଲାଙ୍କ ପରୀକ୍ଷା ଫଳ ପ୍ରକାଶ ପାଇବ । ଦଶମରେ ୨୦ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।