ଓଡିଶାରେ ହେବ ବ୍ୟାପକ ବନୀକରଣ, CAMPA ଫଣ୍ଡରୁ ମିଳିଲା ୫ହଜାର ୯ଶହ ୩୪ କୋଟି ଟଙ୍କା,

କାମ୍ପା ଫଣ୍ଡରୁ ଓଡ଼ିଶାକୁ ମିଳିଳା ୫ହଜାର ୯ଶହ ୩୩ କୋଟି ଟଙ୍କା। କେନ୍ଦ୍ର ସରକାର CAMPA ଫଣ୍ଡରୁ ଏହି ଅର୍ଥ ରାଜ୍ୟରେ ବନୀକରଣ ପାଇଁ ବିନିଯୋଗ ହେବ। ମଞ୍ଜୁର କରିଛି କେନ୍ଦ୍ର ପରିବେଶ ମନ୍ତ୍ରୀ। ଓଡ଼ିଶାକୁ ସର୍ବାଧିକ ୫ ହଜାର ୯୩୩ କୋଟି ଟଙ୍କା ମିଳିଥିବା ବେଳେ ତାପଛକୁ ରହିଛି ଛତିଶଗଡ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ ଭଳି ରାଜ୍ୟ। ଆଜି ଦିଲ୍ଲୀରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ଏଥିରେ ଯୋଗ ଦେଇଥିଲେ ସବୁ ରାଜ୍ୟର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ।

campa

କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି, ରାଜ୍ୟଗୁଡ଼ିକୁ କାମ୍ପା ଫଣ୍ଡରୁ ମିଳୁଥିବା ଅର୍ଥକୁ କେବଳ ବନୀକରଣ ପାଇଁ ବ୍ୟବହାର କରାଯିବ। ଅଲଗା କୌଣସି କ୍ଷେତ୍ରରେ ବ୍ୟବହାର ନ କରିବା ପାଇଁ ରାଜ୍ୟଗୁଡିକୁ ସ୍ପଷ୍ଟ କରାଯାଇଛି। ଅନ୍ୟପଟେ ବୈଠକରେ ଯୋଗ ଦେଇ ଓଡ଼ିଶା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ରାଜ୍ୟ ପକ୍ଷରୁ ତିନୋଟି ପ୍ରମୁଖ ପ୍ରସ୍ତାବ ରଖିଥିଲେ। ୨୦୧୯-୨୦ ବାର୍ଷିକ କାର୍ଯ୍ୟ ଯୋଜନାରେ କାମ୍ପା ଅଧୀନରେ ମୁଖ୍ୟତଃ ବନୀକରଣ, ବନ୍ୟଜନ୍ତୁ ପରିଚାଳନା, ଜଙ୍ଗଲ ସୁରକ୍ଷା, ଦକ୍ଷତା ବୃଦ୍ଧି ଆଦି କ୍ଷେତ୍ରରେ ଖର୍ଚ୍ଚ ପାଇଁ ୫୯୨ କୋଟି ୫୦ ଲକ୍ଷ ଟଙ୍କାର ପ୍ରସ୍ତାବ ଦିଆଯାଇଛି। ସେହିପରି ୩୮ କୋଟି ଟଙ୍କା ମୂଲ୍ୟର କାମ୍ପା କାପାସିଟି ବିଲଡିଂ ସେଣ୍ଟର ନିର୍ମାଣ କାମକୁ ଅନୁମୋଦନ କରିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛି ଓଡ଼ିଶା।