ବଢ଼ି ପାରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପୂର୍ବରୁ ସରକାର କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା ବଢ଼ାଇ ପାରନ୍ତି । ସପ୍ତମ ବେତନ କମିଶନ୍‌ଙ୍କ ସୁପରିଶରେ ମିଳୁଥିବା ଦରମା ଉପରେ ଆହୁରି ବୃଦ୍ଧି ପାଇଁ କର୍ମଚାରୀ ଦାବି କରିଛନ୍ତି । ସର୍ବନିମ୍ନ ଦରମା ୧୮,୦୦୦ରୁ ବଢ଼ାଇ ୨୬,୦୦୦ କରିବାକୁ ଦାବି ହୋଇଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ରମାରେ ବୃଦ୍ଧି କରିବେ ବୋଲି ଚର୍ଚ୍ଚା ହେଉଛି ।
କର୍ମଚାରୀ ପେନ୍‌ସନ୍‌ ଯୋଜନାରେ ସରକାର ସର୍ବନିମ୍ନ ପେନ୍‌ସନ୍‌ ରାଶି ୨୦୦୦ ଟଙ୍କା କରିବାକୁ ବିଚାର କରୁଛନ୍ତି । ଏହା ଫଳରେ ୪୦ ଲକ୍ଷ କର୍ମଚାରୀ ଉପକୃତ ହେବେ । ଏହା ସହିତ ଇପିଏଫ୍‌ଓରେ ସଦସ୍ୟ ଥିବା କର୍ମଚାରୀମାନେ ଆପେ ଆପେ ପେନ୍‌ସନ୍‌ ଯୋଜନାରେ ସାମିଲ ହୋଇଯିବେ । ପେନ୍‌ସନ୍‌ ଯୋଜନାରେ ଏବେ ସରକାର ବର୍ଷକୁ ୯୦୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ନୂଆ ଯୋଜନା ଲାଗୁ ହେଲେ ଏହି ଖର୍ଚ୍ଚ ୧୨,୦୦୦ କୋଟିରେ ପହଞ୍ଚିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.