କେନ୍ୟୁଜ(ବ୍ୟୁରୋ): ବାହାର ରାଜ୍ୟରୁ ନିଜ ରାଜ୍ୟକୁ ଫେରୁଥିବା ପ୍ରବାସୀଙ୍କ ପାଇଁ ଗାଇଡ୍ ଲାଇନ୍ ଜାରି କଲା କେନ୍ଦ୍ର ଗୃହ ବିଭାଗ। କରୋନା ଲକ୍ଷଣ ଥିଲେ ଆସିବା ମନା। ଲକ୍ଡାଉନ୍ ଯୋଗୁଁ ବହୁ ସଂଖ୍ୟାରେ ପ୍ରବାସୀ ଶ୍ରମିକ, କର୍ମଜୀବୀ, ତୀର୍ଥଯାତ୍ରୀ ଓ ଛାତ୍ରଛାତ୍ରୀ ନିଜ ରାଜ୍ୟକୁ ଫେରି ପାରିନାହାନ୍ତି। ସେମାନେ କିପରି ଫେରିବେ ସେ ନେଇ ଗାଇଡ୍ ଲାଇନ୍ରେ ସବିଶେଷ ତଥ୍ୟ ରହିଛି। ସବୁ ରାଜ୍ୟ ଏ ନେଇ ନୋଡାଲ ଅଫିସର ନିଯୁକ୍ତ କରିବେ। ଫେରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପଞ୍ଜୀକରଣ କରିବେ। ଯଦି ଏକ ସଂଙ୍ଗରେ ଅନେକ ବ୍ୟକ୍ତି ଫେରିବାକୁ ଚାହୁଁଛନ୍ତି ତେବେ ରାଜ୍ୟ ରାଜ୍ୟ ମଧ୍ୟରେ ଏ ପ୍ରସଙ୍ଗରେ କଥା ହେବେ। ଫେରିବାକୁ ଚାହୁଁଥିବା ସବୁ ପ୍ରବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହେବ। ଯେଉଁମାନଙ୍କର କରୋନା ଲକ୍ଷଣ ନ ଥିବା ସେମାନଙ୍କୁ ହିଁ ଯିବାକୁ ଅନୁମତି ଦିଆଯିବ।
ଅର୍ଥାତ ସେମାନେ ନିଜ ରାଜ୍ୟକୁ ଫେରି ପାରିବେ। କରୋନା ଲକ୍ଷଣ ଦେଖା ଦେଲେ ଯିବାକୁ ମିଳିବନି ଅନୁମତି। ଯେଉଁମାନେ ଫେରିବେ ସେମାନଙ୍କୁ ବସ୍ରେ ଅଣାଯିବ। ଯାତ୍ରା ପୂର୍ବରୁ ବସ୍ର ବିଶୋଧନ କରାଯିବ। ସାମାଜିକ ଦୂରତା ରକ୍ଷା କରି ବସ୍ରେ ଯାତ୍ରା କରିବେ। ଯେଉଁ ଯେଉଁ ରାଜ୍ୟ ଦେଇ ବସ୍ ଆସିବ ସେ ରାଜ୍ୟଗୁଡିକ ବସକୁ ଯିବା ପାଇଁ ଅନୁମତି ଦେବେ। ନିଜ ରାଜ୍ୟରେ ପହଞ୍ଚିବା ପରେ ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବେ। ସେମାନଙ୍କୁ ହୋମ୍ କ୍ୱାରେଣ୍ଟାଇନ୍ରେ ରଖାଯିବ। ଆବଶ୍ୟକ ପଡିଲେ ଆନୁଷ୍ଠାନିକ ଭାବେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରଖାଯିବ। ଏହାସହ ଫେରୁଥିବା ପ୍ରବାସୀଙ୍କୁ ଆରୋଗ୍ୟ ସେତୁ ଡାଉନ୍ ଲୋଡ୍ କରିବାକୁ ପଡିବ। ଯାହା ଫଳରେ ସେମାନଙ୍କ ଚଳାଚଳ ଉପରେ ନଜର ରଖାଯାଇ ପାରିବ।
ଭୁବନେଶ୍ୱର(କେନ୍ୟୁଜ୍): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…
ମେଷ: ମନ ଖୁସି ରହିବ । ବ୍ୟବସାୟରେ ବୃଦ୍ଧି ଘଟିବ । ଅଧିକ ପରିଶ୍ରମୀ ହେବେ । ପୁରୁଣା ବନ୍ଧୁ…
ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…
ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍ରୁ ପ୍ରେମିକା…
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…
ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…