ଆନ୍ତଃରାଜ୍ୟ ଜଳ ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାର ଆପଣେଇବେ ନୂଆ କନସେପ୍ଟ-ବେସିନ ଆପ୍ରୋଚ

ଦିଲ୍ଲୀ(କେନ୍ଯୁଜ୍) : ଆନ୍ତଃରାଜ୍ୟ ଜଳ ବିବାଦର ସମାଧାନ ପାଇଁ ପଦକ୍ଷେପ । କେନ୍ଦ୍ର ସରକାର ଆଣିବେ ନୂଆ ଆଇନ । ସଂସଦର ଆଗାମୀ ଶୀତ ଅଧିବେଶନରେ ଆସିବ ପ୍ରସ୍ତାବିତ ରିଭର ବେସିନ ମ୍ୟାନେଜମେଣ୍ଟ ବିଲ୍‌-୨୦୧୮ । ବିଭିନ୍ନ ସମୟରେ ନଦୀ ଜଳ ବଣ୍ଟନକୁ ନେଇ ରାଜ୍ୟ-ରାଜ୍ୟ ଭିତରେ ଉପୁଜୁଛି ବିବାଦ । ମାମଲା କୋର୍ଟକୁ ଯାଉଛି । ହେଲେ ସମାଧାନ ବିଳମ୍ବିତ ହେଉଛି । ନଦୀ ସଂପର୍କିତ ବିବାଦର ତ୍ୱରିତ ସମାଧାନ ପାଇଁ କେନ୍ଦ୍ର ସରକାର ନୂଆ କନସେପ୍ଟ-ବେସିନ୍‌  ଆପ୍ରୋଚ ଆପଣେଇବାକୁ ଯାଉଛନ୍ତି । ଏହାଦ୍ୱାରା ରାଜ୍ୟ ସ୍ତରରେ ସହଯୋଗ ଭିତ୍ତିରେ ବିବାଦର ସମାଧାନ କରାଯିବ । ପ୍ରସ୍ତାବିତ ରିଭର ବେସିନ ବିଲରେ ୧୩ଟି ରିଭର ବେସିନ ଅଥରିଟି ଗଠନର ବ୍ୟବସ୍ଥା ରହିଛି । ପ୍ରତି ଅଥରିଟି ପାଖରେ ଦୁଇ ସ୍ତରୀୟ ବ୍ୟବସ୍ଥା ରହିବ । ଗୋଟିଏ ଗଭର୍ଣ୍ଣିଂ କାଉନ୍‌ସିଲ୍‌ ଓ ଅନ୍ୟଟି କାର୍ଯ୍ଯକାରୀ ବୋର୍ଡ ।

cmରିଭର ବେସିନ ସହ ସଂପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଅଥରିଟିର ସଦସ୍ୟ ରହିବେ । ଗଙ୍ଗା, ଗୋଦାବରୀ, ମାହି, କାବେରୀ, କ୍ରିଷ୍ଣା, ବ୍ରହ୍ମପୁତ୍ର, ମହାନଦୀ, ସୁବର୍ଣ୍ଣରେଖା, ବ୍ରାହ୍ମଣୀ -ବୈତରଣୀ ଆଦି ୧୩ଟି ନଦୀ ପାଇଁ ଅଥରିଟି ଗଠନ କରାଯିବ । ସେଭିତରୁ ମହାନଦୀ, ସୁବର୍ଣ୍ଣରେଖା , ବ୍ରାହ୍ମଣୀ-ବୈତରଣୀ ୩ଟି ରିଭର ବେସିନ୍‌ ଅଥରିଟିରେ ରହିବ ଓଡ଼ିଶା । ଅଥରିଟିରେ ସଦସ୍ୟ ଥିବା ମୁଖ୍ୟମନ୍ତ୍ରୀମାନେ ରିଭର ବେସିନ୍‌ ସଂପର୍କିତ ସମସ୍ତ ତଥ୍ୟ ଉପରେ ଆଲୋଚନା କରିବେ ।

riverସେମାନେ ବର୍ଷକୁ ଅତି କମ୍‌ରେ ଦୁଇ ଥର କରିବେ ଆଲୋଚନା । ପ୍ରଚଳିତ ରିଭର ବୋର୍ଡ ଆଇନ-୧୯୫୬ ବଦଳରେ ରିଭର ବେସିନ ମ୍ୟାନେଜମେଣ୍ଟ ଆଇନ ଲାଗୁ ହେବାର ଯୋଜନା ରହିଛି । ରିଭର ବୋର୍ଡ ଆଇନରେ ସୁପାରିସଗୁଡ଼ିକ କେବଳ ପରାମର୍ଶ ପାଇଁ ଦିଆଯାଉଛି । ହେଲେ ବିବାଦ ସମାଧାନ ପାଇଁ ଆଇନ ସଶକ୍ତ ହୋଇନଥିବାରୁ ଏହା ବଦଳରେ ନୂଆ ରିଭର ବେସିନ ମ୍ୟାନେଜମେଣ୍ଟ ଆଇନର ପ୍ରସ୍ତାବ ରହିଛି ।

You might also like