ପୁରୀ : ଦିଲ୍ଲୀ ବିସ୍ଫୋରଣ ପରେ କେନ୍ଦ୍ରାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ ପୁରୀର ସୁରକ୍ଷା ସମୀକ୍ଷା କରିଛନ୍ତି । ଶ୍ରୀମନ୍ଦିର ଓ ଅନ୍ୟ ଧର୍ମୀୟ ସ୍ଥାନ ସହ ତଟ ସୁରକ୍ଷା ନେଇ ଆଲୋଚନା କରିଛନ୍ତି । ସବୁ ସ୍ଥାନରେ ସୁରକ୍ଷାକୁ ବଢାଯାଇଛି । ପୁରୀ ଏସପି, କୋଷ୍ଟ ଗାର୍ଡ କମଣ୍ଡାନଟ ଓ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏପଟେ ଶ୍ରୀମନ୍ଦିର ଅଞ୍ଚଳରେ ଅଧିକ ସୁରକ୍ଷା ଯାଞ୍ଚ ସହ ହୋଟେଲ, ରେଲୱେ ଷ୍ଟେସନ, ବସଷ୍ଟାଣ୍ଡ, ଜନ ଗହଳି ପୁର୍ଣ୍ଣ ସ୍ଥାନରେ ଅଧିକ ପୋଲିସ ମୁତୟନ ହୋଇଛି । ସନ୍ଦିଗ୍ଧ ବସ୍ତୁ ଦେଖିଲେ ପୋଲିସକୁ ତୁରନ୍ତ ଜଣାଇବାକୁ କୁହାଯାଇଛି । ପୋଲିସ ପେଟ୍ରୋଲିଂକୁ ବଢାଯାଇଛି ।