ଆସନ୍ତା ୨୪ ତାରିଖରେ ବାତ୍ୟା ‘ଦାନା’ କ୍ଷୟକ୍ଷତି ଆକଳନ ପାଇଁ ଆସିବ କେନ୍ଦ୍ରୀୟ ଟିମ୍ । ୨୭ ତାରିଖ ଯାଏଁ ଓଡିଶାର ପ୍ରଭାବିତ ଜିଲ୍ଲା ଗୁଡିକ ବୁଲି ଦେଖିବେ । ଏ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ପିକେ ରାଏଙ୍କ ନେତୃତ୍ୱରେ ୭ଜଣିଆ ଟିମ୍ ଓଡ଼ିଶା ଆସୁଛନ୍ତି ।
ସେମାନେ ୨୫ରେ ଭଦ୍ରକ, ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଯାଇ କ୍ଷୟକ୍ଷତି ଆକଳନ ଓ ସ୍ଥିତି ପରଖିବେ। ୨୫ ତାରିଖରେ ଭଦ୍ରକ, ବାଲେଶ୍ବର ଏବଂ କେନ୍ଦ୍ରାପଡ଼ା ଯାଇ ସ୍ଥିତି ପରଖିବେ । କ୍ଷୟକ୍ଷତି ଆକଳନ ପରେ ୨୬ ତାରିଖରେ ମୁଖ୍ୟ ଶାସନ ସଚିବ ଏବଂ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ ।
କେନ୍ଦ୍ରୀୟ ଟିମ୍ ରିପୋର୍ଟ ଆଧାରରେ କେନ୍ଦ୍ର ସରକାରଙ୍କ ସହାୟତା ରାଶି ଆସିବ । ତେବେ ପ୍ରତ୍ୟେକ ବର୍ଷ ପ୍ରାକୃତିକ ବିପର୍ଯ୍ୟୟ ଶୀକାର ଓଡ଼ିଶା ହେଉଥିବାରୁ ଭିତ୍ତିଭୂମି କ୍ଷୟକ୍ଷତିର ସ୍ଥାୟୀ ସମାଧାନ ପାଇଁ ସ୍ୱତନ୍ତ୍ର ଅର୍ଥ ମଗାଯିବ ଓ ଏନେଇ ବିଶେଷଜ୍ଞମାନଙ୍କ ସହ ବିଚାରବିମର୍ଶ ଚାଲିଛି ବୋଲି ଶ୍ରୀ ପୂଜାରୀ କହିଛନ୍ତି ।