ପ୍ରକାଶ ପାଇଲା କେନ୍ଦ୍ରର ଅନ୍‌ଲକ୍‌ ୩.୦ ଗାଇଡ୍‌ଲାଇନ୍, ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା

କେନ୍ଦ୍ର ସରକାର ଜାରି କରିଛନ୍ତି ଅନ୍‌ଲକ୍‌ ୩.୦ ଗାଇଡ୍‌ଲାଇନ୍‌ । ଏହା ପରେ ରାଜ୍ୟ ସରକାର ଆସନ୍ତା ଅଗଷ୍ଟ ମାସ ପାଇଁ ଆଜି ନୂଆ ଗାଇଡ୍‌ଲାଇନ୍‌ ଜାରି କରିପାରନ୍ତି । ଗୋଟେ ପଟେ ରାଜ୍ୟରେ ଦିନ କୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବା ବେଳେ କ’ଣ ନିଷ୍ପତ୍ତି ନେବେ ରାଜ୍ୟ ସରକାର ସେନେଇ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ? କେନ୍ଦ୍ରର ଗାଇଡ୍‌ଲାଇନ୍ ଗୁଡିକୁ ହିଁ ‌ କାର୍ଯ୍ୟକାରୀ କରିବେ ନା କିଛି ପରିବର୍ତ୍ତନ କରିବେ । ଅଗଷ୍ଟ ୧ରୁ କେନ୍ଦ୍ର ସରକାର ରାତ୍ରକାଳୀନ କର୍ଫ୍ୟୁକୁ ସଂପୂର୍ଣ୍ଣ ହଟାଇ ଦେଇଛନ୍ତି । ରାଜ୍ୟରେ ଏହି ସମାନ ନୀତି ଆପଣେଇବେ ନା ନିଜର ଆଉ କିଛି ନୂଆ ନିୟମ ଜାରି କରିବେ ।

କେନ୍ଦ୍ର ପରି ଅଗଷ୍ଟରୁ ଜିମ୍‌ ଓ ଯୋଗ କେନ୍ଦ୍ର ଖୋଲିବାକୁ ଅନୁମତି ଦେବେ କି ରାଜ୍ୟ ସରକାର ? ନା ଏହି ନିଷ୍ପତ୍ତି ନେବାର ଅଧିକାର କେବଳ ଜିଲ୍ଲାର ଜିଲ୍ଲାପାଳଙ୍କ ହାତରେ ରହିବ | ପୂର୍ବରୁ କେନ୍ଦ୍ର ସରକାର ଧାର୍ମିକ ଅନୁଷ୍ଠାନ ଓ ମଲ୍‌ ଖୋଲିବାକୁ ଅନୁମତି ଦେଇ ଥିଲେ ମଧ୍ୟ ରାଜ୍ୟ ସରକାର ଧାର୍ମିକ ଅନୁଷ୍ଠାନ ଓ ମଲ ଖୋଲିବା ନେଇ କଟକଣା ଜାରି ହୋଇଥିଲା | ଏବେ କେନ୍ଦ୍ର ସରକାରଙ୍କ ଅନ୍‌ଲକ୍‌ ୩.୦ ଗାଇଡ୍‌ଲାଇନ୍‌ ଜାରି ପରେ ରାଜ୍ୟ ସରକାରଙ୍କ ବିଜ୍ଞପ୍ତିରେ ଅଗଷ୍ଟ ମାସରେ କ’ଣ ଖୋଲା ରହିବ ଓ କ’ଣ ବନ୍ଦ ରହିବ ସେ ନେଇ ଲାଗି ରହିଛି ଚିନ୍ତା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.