ରାୟଗଡ଼ା ଖେଦପଡାର ମାଆ ମଣିକେଶ୍ୱରୀ ମନ୍ଦିରରୁ ଅଷ୍ଟଧାତୁ ମୂର୍ତ୍ତି ଚୋରି

ରାୟଗଡ଼ା(କେନ୍ୟୁଜ୍) : ମନ୍ଦିରରୁ ବିଗ୍ରହ ଚୋରୀ। ରାୟଗଡ଼ା ଜିଲ୍ଲା ଥେରୁବାଲି ଖେଦପଡାସ୍ଥିତ ମାଆ ମଣିକେଶ୍ୱରୀ ମନ୍ଦିରରୁ ଅଷ୍ଟଧାତୁ ମୂର୍ତ୍ତି ଚୋରୀ କରିଛନ୍ତି ଦୁର୍ବୃତ୍ତ। ଶହ ଶହ ବର୍ଷର ଏହି ପୁରୁଣା ମୂର୍ତ୍ତି ଚୋରୀ ହୋଇଥିବା ଜଣାପଡିବା ପରେ ଲୋକଙ୍କ ଭିତରେ ଉତ୍ତେଜନା ଦେଖାଦେଇଛି।

maa1 ଗତକାଲି ରାତିରେ ମନ୍ଦିରର କବାଟ ଭାଙ୍ଗି ଦୁର୍ବୃତ୍ତମାନେ ମାଆଙ୍କ ପିତ୍ତଳ ମୂର୍ତ୍ତି ଚୋରି କରି ନେଇଯାଇଛନ୍ତି। ଥେରୁବାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଏହି ମାଣିକେଶ୍ୱରୀ ମନ୍ଦିର ବହୁ ପୁରୁଣା। ରାଜରାଜୁଡା ଅମଳରୁ ଏହି ମନ୍ଦିରଟି ଅଛି।