ଦମ୍ପତିଙ୍କ ଠାରୁ ଲୁଟିଲା ବେଳେ ଧରାପଡ଼ିଲା ଚେନ୍ ଲୁଟେରା, ଲୋକଙ୍କ ମାଡ଼ରେ ଆହତ

ଯାଜପୁର ଟାଉନ (କେନ୍ୟୁଜ୍): ଯାଜପୁର ଥାନା ଅଧୀନସ୍ଥ କପାସି ଛକ ନିକଟରେ ଚେନ୍ ଲୁଟ୍ ଉଦ୍ୟମ ପଣ୍ଡ । ଲୁଟେରାକୁ କାବୁ କଲେ ସ୍ଥାନୀୟ ଲୋକେ । ଲୋକଙ୍କ ମାଡ଼ରେ ଲୁଟେରା ଆହତ । ଜଣେ ଗର୍ଭବତୀ ମହିଳା ତାଙ୍କ ସ୍ୱାମୀ ସହିତ ଯାଜପୁର ମେଡିକାଲରେ ଚିକିତ୍ସା ପରେ ଘରକୁ ଫେରୁଥିଲେ । ଏତିକି ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ମହିଳା ଜଣକ ସୟଦପୁର ସ୍ଥିତ ନରୁଆ ଗ୍ରାମର ହେମନ୍ତ ରାଜଙ୍କ ପତ୍ନୀ ସାବିତ୍ରୀ ରାଜ ।  ଉଭୟେ ବାଇକ୍ ରେ ଘରକୁ ଫେରିବା ବେଳେ ଲୁଟେରା ଜଣଙ୍କ ତାଙ୍କ ପିଛା କରିଥିଲା । ଏହା ପରେ ତାଙ୍କ ଠାରୁ ଚେନ ଲୁଟ୍ ପାଇଁ ଉଦ୍ୟମ କରିଥିଲା । ଏହି ସମୟରେ ସ୍ବାମୀ ସ୍ତ୍ରୀ ଉଭୟ ବାଇକରୁ ଖସିପଡି ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ପଠାଇଥିଲେ ।

jajpur-2

ସେପଟେ ଲୁଟେରାକୁ କାବୁ କରି ଗଛରେ ବାନ୍ଧି ନିର୍ଦ୍ଧୁମ ମାଡ଼ ମାରିବା ପରେ ତାର ବାଇକ୍ ଜାଳି ଦେଇଥିଲେ ଉତ୍ତ୍ୟକ୍ତ ଲୋକେ । ପରେ ପୋଲିସକୁ ଜିମା ଦେଇଥିଲେ । ଲୁଟେରା ଠାରୁ ଚେନ୍ ଆଦି ଉଦ୍ଧାର କରାଯାଇଛି ।

CHAIN