ରାୟଗଡା ଜିଲ୍ଲା ମହୋତ୍ସବ ଚଇତି-୨୦୧୮ ଆରମ୍ଭ , ବିରାଟ ପଟୁଆରରେ ଚଇତି ମଣ୍ଡପରେ ଘଟ ସ୍ଥାପନ

ରାୟଗଡା(କେନ୍ୟୁଜ୍) : ଆରମ୍ଭ ହୋଇଛି ରାୟଗଡା ଜିଲ୍ଲା ମହୋତ୍ସବଚଇତି-୨୦୧୮ । ରୀତିନୀତି ଅନୁସାରେ ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇଥିଲା । ପରେ ବାଜାବାଜଣା ସହ ବିରାଟ ପଟୁଆରରେ କଳସ ଶୋଭାଯାତ୍ରା ବାହାରି ଚଇତି ମଣ୍ଡପରେ ଘଟ ସ୍ଥାପନ କରାଯାଇଥିଲା । ମହୋତ୍ସବର ପ୍ରଥମ ଦିନରେ ବିଭିନ୍ନ ସାଂସ୍କୃତିକ ଓ ଲୋକ ନୃତ୍ୟ ଆୟୋଜିତ ହୋଇଥିଲା ।
ଓଡଶୀ ନୃତ୍ୟାଙ୍ଗନା ଅନୁରାଧା ପାଣିଗ୍ରାହୀ ଏବଂ ସାଥୀଙ୍କ ଦ୍ୱାରା ପରିବେଷିତ ଗୀତଗୋବିନ୍ଦ ନୃତ୍ୟରେ ବିଭୋର ହୋଇଥିଲେ ଦର୍ଶକ । ତାସହ ରାୟଗଡା ଜିଲ୍ଲାର ଆଦିମ ଜନଜାତି ଡଙ୍ଗରିଆ କନ୍ଧ ଓ ଲାଞ୍ଜିଆ ସୌରା ସମ୍ପ୍ରଦାୟର ଲୋକେ ନିଜ କଳା ଓ ସଂସ୍କୃତିକୁ ନେଇ ନୃତ୍ୟ ପରିବେଷଣ କରିଥିଲେ । ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜ ପଟ୍ଟନାୟକ ଯୋଗ ଦେଇ ଚଇତି-୨୦୧୮କୁ ଉଦଘାଟନ କରିଥିଲେ ।