ନୂଆବର୍ଷ ଓଡ଼ିଶା ପୋଲିସ ପାଇଁ ଚ୍ୟାଲେଞ୍ଜର ବର୍ଷ, ଶୀର୍ଷରେ ରହିଛି ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ସାରିବା ଓ ମାଓ ଦମନ

ଭୁବନେଶ୍ବର : ନୂଆ ବର୍ଷରେ ଓଡ଼ିଶା ପୋଲିସର ଫୋକସ୍ । ଫୋକସ୍-୧ । ସୁରୁଖୁରୁରେ ନିର୍ବାଚନ ସାରିବା । ଫୋକସ୍-୨ । ପୂରଣ ହେବ ମାନବସମ୍ବଳ । ଫୋକସ୍–୩ । ମାଓ ଅଧୁଷିତ ଜିଲ୍ଲା ଗୁଡିକ ଉପରେ କଡା ନଜର । ଫୋକସ୍-୪ । ଅପରାଧିଙ୍କ ଉପରେ କଡା ନଜର ରଖିବା ସହ ଲୋକାଭିମୁଖୀ ହେବା । ଏଭଳି ଏକାଧିକ ଚ୍ୟାଲେଞ୍ଜିଂ ପାଇଁ ବ୍ଲ୍ୟୁପ୍ରିଣ୍ଟ ପ୍ରସ୍ତୁତ କରିଛି ଓଡିଶା ପୋଲିସ ।
ସେପଟେ କମିଶନରେଟ ପୋଲିସ ବି ଟୁଇନସିଟିର ସୁରକ୍ଷା ପାଇଁ ଅନେକ ଚ୍ୟାଲେଞ୍ଜକୁ ମୁକାବିଲା ପାଇଁ ପ୍ରସ୍ତୁତ ହେଲାଣି । ଫୋକସ୍-୧ । ଛୋଟବଡ ଅପରାଧୀଙ୍କ ଉପରେ ନଜର । ଫୋକସ୍-୨ । ବସ୍ତିରେ ଥିବା ଯୁବପିଢ଼ୀଙ୍କୁ ନେଇ ଉତ୍ତମ କାର୍ଯ୍ୟ କରିବା । ଫୋକସ-୩ । ଡ୍ରଗ୍ସ କାରବାର ଉପରେ ନଜର । ସେହିଭଳି ସ୍କୁଲର ଛାତ୍ର ଛାତ୍ରୀଙ୍କୁ ନେଇ ଷ୍ଟୁଡେଣ୍ଟ-ପୋଲିସ କ୍ୟାଡର୍ କରିବା ପାଇଁ ମଧ୍ୟ ଯୋଜନା କରୁଛି କମିଶନରେଟ ପୋଲିସ ।
ବିଗତ ବର୍ଷ ବହୁ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲା ଓଡ଼ିଶା ପୋଲିସ । ହକି ବିଶ୍ୱକପ୍ଠାରୁ ଆରମ୍ଭ କରି ବିଜେପୁର ଉପନିର୍ବାଚନ, ମେକ୍ ଇନ୍ ଓଡ଼ିଶା କନକ୍ଲେଭ, ଭିଭିଆଇପିଙ୍କ ଗସ୍ତକୁ ସୁରୁଖୁରୁରେ ସମାପନ କରିଥିଲା ।