ଜୁଲାଇ ଚ୍ୟାଲେଞ୍ଜକୁ ନେଇ ପ୍ରସ୍ତୁତ ତିନି ରାଜନୈତିକ ଦଳ

political partiesଭୁବନେଶ୍ବର : ଜୁଲାଇ ୧ରେ ଓଡିଶା ଆସିବେ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ। ଜୁଲାଇରେ ହିଁ ଆସିବେ ପ୍ରଧାନମନ୍ତ୍ରୀ ମୋଦି। ତା ପୂର୍ବରୁ ରଣନୀତି ପ୍ରସ୍ତୁତ କରି ସାରିଛି ବିଜେପି। ଦେଶର ସବୁ ଲୋକସଭା ନିର୍ବାଚନ ମଣ୍ଡଳୀରେ ଦଳ ପ୍ରଭାରୀ ନିଯୁକ୍ତି କରିବ । ପ୍ରତ୍ୟେକ ରାଜ୍ୟ ପାଇଁ ଗଠନ ହେବ ୧୧ ଜଣିଆ, ‘ଚୁନାବ ତୟାରି ଟୋଲି’। ସବୁ ରାଜ୍ୟର ୧୩ଟି ପ୍ରମୁଖ ପ୍ରସଙ୍ଗକୁ ଫୋକସ୍‌ କରାଯିବ। କେନ୍ଦ୍ର ଓ ରାଜ୍ୟ ଯୋଜନାର ତଦାରଖ ପାଇଁ ଦୁଇ ଜଣିଆ ଟିମ୍‌ ଗଠନ କରାଯିବ। ଜୁଲାଇ ଶେଷ ସୁଦ୍ଧା ସବୁ ରାଜ୍ୟ ଗସ୍ତ କରି କାର୍ଯ୍ୟର ସମୀକ୍ଷା କରିବେ ଅମିତ ଶାହା।

ସେପଟେ ଓଡ଼ିଶା କଂଗ୍ରେସ ମଧ୍ୟ, ନିରଞ୍ଜନଙ୍କ ନେତୃତ୍ୱରେ ସକ୍ରିୟ। ସଂଗଠନରୁ ଆରମ୍ଭ କରି ସୋସିଆଲ ମିଡିଆରେ ତାର ପ୍ରତିଫଳନ ଦେଖିବାକୁ ମିଳିଛି। ରାହୁଲ ଗାନ୍ଧି ମଧ୍ୟ ଜୁଲାଇରେ ଓଡ଼ିଶା ଆସି ପାରନ୍ତି। ଏବେ ଠାରୁ ଓଡ଼ିଶା ପ୍ରସଙ୍ଗରେ ଟ୍ଵିଟ୍‌ କରିବା ଆରମ୍ଭ କଲେଣି ରାହୁଲ।

ବିଜେଡି ମହାନଦୀ ପ୍ରସଂଗରେ ଲୋକଙ୍କ ସହ ଯୋଡି ହେବାକୁ ବିଭିନ୍ନ କାଯ୍ୟର୍କ୍ରମ ହାତକୁ ନେଇଛିା ଆଗାମୀ ଦିନରେ ଏହାକୁ ଜୋରଦାର କରିବ ଦଳ। ଏହାସହ ଆଗକୁ ରଥଯାତ୍ରାା ରତ୍ନଭଣ୍ଡାର ଚାବି ବିବାଦ ପରେ ରଥଯାତ୍ରାକୁ ସୁରୁଖୁରରେ ସାରିବା ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ। ସେପଟେ ଜୁଲାଇରେ ଗୁରୁପ୍ରିୟା ସେତୁର ଉଦ୍‌ଘାଟନ ହୋଇପାରେ। ସେତୁ ଉଦଘାଟନ ପରେ, ବିଛିନ୍ନାଞ୍ଚଳ ଲୋକଙ୍କୁ ମିଳିବ ନୂଆ ଲାଇଫ ଲାଇନ୍‌। ନିର୍ବାଚନ ପୂର୍ବରୁ ମାଓ ବିରୋଧୀ ଅଭିଯାନରେ ଏହା ସରକାରଙ୍କ ପାଇଁ ବଡ଼ ସଫଳତା ହୋଇପାରେ।

ସାଧାରଣ ନିର୍ବାଚନକୁ ବର୍ଷେରୁ କମ୍‌ ସମୟ। ପ୍ରତି ମାସରେ, ନୂଆ ନୂଆ ରଣନୀତି କରୁଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ। ଏଥର ଜୁଲାଇ ଟେଷ୍ଟ ପାସ୍‌ କରିବାକୁ ହୋମୱାର୍କ ସରିଛି। ମୈଦାନକୁ ଓହ୍ଲାଇବାକୁ ତୟାର ହୋଇଛନ୍ତି ବିଜେଡି-ବିଜେପି ଓ କଂଗ୍ରେସ।