ଚାମ୍ପିଅନ୍ସ ଟ୍ରଫି ହକିରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ !

ନୂଆଦିଲ୍ଲୀ : ଚାମ୍ପିଅନ୍ସ ଟ୍ରଫି ହକିରେ ଆଜି ଭାରତ-ଅଷ୍ଟ୍ରେଲିଆ ମୁକାବିଲା କରିବେ। ବିଶ୍ୱର ଏକ ନମ୍ବର ମାନ୍ୟତା ପ୍ରାପ୍ତ ଦଳକୁ ଭେଟିବ ଟିମ୍ ଇଣ୍ଡିଆ । ଲଗାତାର ୨ଟି ମ୍ୟାଚ୍ ଜିତିଥିବାରୁ ଭାରତୀୟ ଖେଳାଳିଙ୍କ ମନୋବଳ ଦୃଢ଼ ରହିଛି । ପାକିସ୍ତାନକୁ ୪-୦ ଓ ଆର୍ଜେଣ୍ଟିନାକୁ ୨-୧ରେ ମାତ ଦେଇଥିଲା । ନୂଆ କୋଚ୍ ହରେନ୍ଦ୍ର ସିଂହଙ୍କ ନେତୃତ୍ୱରେ ଭାରତ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି । ଡିଫେଣ୍ଡିଂ ଓ ଆଟାକିଂରେ ପରିବର୍ତ୍ତନ କରିଛନ୍ତି କୋଚ୍ । ସେପଟେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ବେଲଜିୟମ ବିପକ୍ଷ ମ୍ୟାଚ୍ ଡ୍ର ରଖିଥିବା ବେଳେ ପାକିସ୍ତାକୁ ହରାଇ ଭାରତ ପଛକୁ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.