ଭୁବନେଶ୍ୱର : ଓଡ଼ିଆ ଫିଲ୍ମ କରିବାକୁ ଆଗ୍ରହୀ ଚାଣକ୍ୟ । ସୁଯୋଗ ମିଳିଲେ ଓଡ଼ିଆ ସିନେମା କରିବେ । ଏଭଳି କହିଛନ୍ତି ୯୦ଦଶକର ଲୋକପ୍ରିୟ ଟେଲିଭିଜନ ଧାରାବାହିକ ଚାଣକ୍ୟରେ ମୁଖ୍ୟ ଭୂମିକା ନିର୍ବାହ କରିଥିବା ବିଶିଷ୍ଟ ବଲିଉଡ୍ ନିର୍ଦ୍ଦେଶକ ତଥା ଅଭିନେତା ଡା. ଚନ୍ଦ୍ରପ୍ରକାଶ ଦ୍ୱିବେଦୀ ।
ଗତକାଲି ଅନୁଷ୍ଠିତ କିଟ୍ ପବ୍ଲିକ୍ ପଲିସି ସ୍କୁଲ୍ ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଡାକ୍ତର ଦ୍ବିବେଦୀ । କଳିଙ୍ଗ ଟିଭିକୁ ଦେଇଥିବା ଏକ ସ୍ବତନ୍ତ୍ର ସାକ୍ଷାତକାରରେ ସେ ଏଭଳି ପ୍ରତିକ୍ରିୟା ରଖିଛନ୍ତି । ବିଭିନ୍ନ ଭାଷାରେ କାମ କରିବା ଆବଶ୍ୟକ । ଭାଷା ମୋ ପାଇଁ ପ୍ରତିବନ୍ଧକ ନୁହେଁ । ଓଡ଼ିଆ ମୁଁ ବୁଝିପାରେ ନାହିଁ । ହେଲେ ଯଦି ସୁଯୋଗ ମିଳେ ନିଶ୍ଚୟ ଓଡ଼ିଆ ଫିଲ୍ମ କରିବି ବୋଲି କହିଛନ୍ତି ଡକ୍ଟର ଦ୍ବିବେଦୀ । ଏହି ଅବସରରେ ଡକ୍ଟର ଦ୍ବିବେଦୀ ବିଶିଷ୍ଟ ଫିଲ୍ମ ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ।