ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ : ରାଜ୍ଯର ବିଭିନ୍ନ ସ୍ଥାନରେ ବର୍ଷା ସମ୍ବାବନା

ଭୁବନେଶ୍ବର(କେନ୍ଯୁଜ୍) : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବ। ଏହାର ପ୍ରଭାବରେ ରାଜ୍ୟରେ ୧୨ରୁ ୧୬ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ୧୪ ଓ ୧୫ ତାରିଖ ଦୁଇ ଦିନ ଧରି ଉତ୍ତର ଓ ଦକ୍ଷିଣ ଓଡ଼ିଶା ସମେତ ପୁରୀ, ଜଗତସିଂହପୁର, ଖୋର୍ଦ୍ଧା ଏବଂ ଯାଜପୁରରେ ପ୍ରବଳ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଓଡ଼ିଶା ସମେତ ୧୬ଟି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏ ନେଇ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ-ଆଇଏମ୍‌ଡି ।

ଏହି ୧୬ଟି ରାଜ୍ୟ ଭିତରେ ଅଛନ୍ତି କେରଳ, ପଶ୍ଚିମବଙ୍ଗ, ବିହାର, ଛତିଶଡ଼ ଓ ଉତ୍ତରାଖଣ୍ଡ । କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଂକା ଥିବା ଆଇଏମଡି ପୂର୍ବନୁମାନ କରିଛି । ଉତ୍ତରାଖଣ୍ଡରେ ଭୟଂକର ବର୍ଷା ହୋଇପାରେ । ଉତ୍ତରାଖଣ୍ଡ ପାଇଁ ରେଡ଼୍‍ ଓ୍ଵାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ସେହିପରି କେରଳରେ ପୁଣି ବର୍ଷା ହେଲେ ପରିସ୍ଥିତି ସଂଗୀନ ହେବା ଆଶଂକା ରହିଛି । ଦୁଇ ଦିନ ପାଇଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.