ପୋଲିସ୍ କଲା ଦୋଷ, ଦଣ୍ଡ ପାଇଲେ ନିର୍ଦ୍ଦୋଷ : ୧୭ ଦିନ ଜେଲରେ ରହିଲେ ଚନ୍ଦନ, କ୍ଷତି ଭରଣା କରିବ କିଏ

କଟକ(କେନ୍ୟୁଜ୍): ଦୋଷ କଲା ଜଣେ ଦଣ୍ଡ ପାଇଲା ଆଉ ଜଣେ । ଭୁଲରେ ପୋଲିସ୍ ବାନ୍ଧି ନେଇଥିଲା ଚନ୍ଦନ ମହାରଣାଙ୍କୁ । ଏବେ ଜେଲରୁ ମୁକୁଳିଛନ୍ତି ଚନ୍ଦନ ମହାରଣା। କଟକ ଚାନ୍ଦିନୀଚୌକ ବଣିଆ ସାହିର ଚନ୍ଦନ ମହାରଣାଙ୍କୁ ପୋଲିସ ଭୁଲରେ ଗିରଫ କରିନେଇଥିଲା। ନିର୍ଦ୍ଦୋଷ ହୋଇ ମଧ୍ୟ ଜେଲରେ ୧୭ ଦିନ ବିତାଇଲେ ଚନ୍ଦନ । ୨୦୧୩ ମସିହାରେ ଏକ ବୋମାମାଡ଼ ଘଟଣାରେ ଚନ୍ଦନଙ୍କୁ ଗିରଫ କରି ଜେଲ ପଠାଇ ଦେଇଥିଲା ପୋଲିସ । ଦୋଷୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପରିବାର ଲୋକେ ଦାବି କରିଛନ୍ତି ।