ଆଖିରେ ଆଲୋକ ନଥାଇ ମଧ୍ୟ ନିଜ ମାଟି ପାଇଁ ଗୌରବ ଆଣିଛନ୍ତି ଚନ୍ଦନ

ଗଞ୍ଜାମ: ସବୁ ପିଲାଙ୍କ ଠୁ ଚନ୍ଦନ ଅଲଗା । ଭଗବାନ ସବୁ ପିଲାଙ୍କ ପରି ଭଗବାନ ସିନା ଚନ୍ଦନଙ୍କ ଆଖିର ଜ୍ୟୋତିକୁ ଛଡ଼ାଇ ନେଇଛନ୍ତି । କିନ୍ତୁ ଦେହରେ ଦେଇଛନ୍ତି ଅପାର ବଳ । ଯାହାର ପାରି ଦର୍ଶିତା ଆପଣ ମାନଙ୍କ ସାମ୍ନାରେ । ଦୁନିଆର ଚିକ୍ ମିକ୍ ଆଲୋକ ଦେଖିବା ଆଗରୁ ଛୋଟ ବୟସରୁ ସେ ହରାଇଛନ୍ତି ଆଖିର ଜ୍ୟୋତି । ତଥାପି ସେ ଆଜି ହାର ମାନି ନାହାଁନ୍ତି । ଦୁନିଆ ସହ ତାଳ ଦେଇ ବଞ୍ଚିବା ଶିଖିଛନ୍ତି ଚନ୍ଦନ। ଆଜି ସିଏ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଜାମୁନୀ ଗାଁ ପାଇଁ ଗୌରବ ଆଣିଛନ୍ତି ଚନ୍ଦନ। ତା’ଙ୍କ ବାପା ଜଣେ ପୋଲିଓ ରୋଗୀ । ନିଜ ଘର ଆଗରେ ଗୋଟିଏ ଦୋକାନ ଖୋଲି ବସି ବ୍ୟବସାୟ କରନ୍ତି । ଚନ୍ଦନଙ୍କ ମା’ ଜଣେ ଗୃହିଣୀ । ସୁଖ ଶାନ୍ତିରେ ଚାଲିଥିଲା ଚନ୍ଦନଙ୍କ ପରିବାର । କିନ୍ତୁ ଏହି ହସ ଖୁସିର ପରିବାରରେ ସତେ ଯେମିତି କାହାର କଳା ନଜର ପଡ଼ିଗଲା । କେତେ କମ୍ ବୟସରୁ ଆଖିରେ ନ ଦେଖିପାରି ଆଜିଯାଏଁ ଭୋଗି ଆସୁଛନ୍ତି ଦୁଃଖ କଷ୍ଟ ।
ପିଲାଙ୍କ ମେଳରେ ଚନ୍ଦନ ମଧ୍ୟ ପିଲା ବେଳୁ ସ୍କୁଲକୁ ଯାଇ ପାଠ ପଢି ଆସୁଥାଏ । ଚନ୍ଦନକୁ ହୋଇ ଥାଏ ୮ବର୍ଷ । ସେ ଦିନେ ସ୍କୁଲରୁ ଫେରିବା ବେଳେ ଚନ୍ଦନକୁ ଆଉ ଘରକୁ ଆସିବାକୁ ରାସ୍ତା ଦେଖା ଗଲା ନାହିଁ ସେ ନିଜ ସାଙ୍ଗଙ୍କ ଦ୍ଵାରା ଆସି ଘରେ ପହଞ୍ଚି କହିଲା ବୋଉ ମୋତେ ଆଉ ଦେଖାଯାଉ ନାହିଁ । ମୋ ଆଖି ନଥିଲା ପରି ଲାଗୁଛି । ଚନ୍ଦନଙ୍କ ବାପା, ମା ତାଙ୍କର ଏପରି କଥା ଶୁଣି ବହୁତ୍ କାନ୍ଦି ଥିଲେ । ସାହି ପଡ଼ିଶା ଲୋକେ ବି ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଡାକ୍ତରୀ ପରୀକ୍ଷା ପରେ ଜଣା ପଡିଥିଲା ଯେ ଚନ୍ଦନ ତାଙ୍କ ଦୁଇ ଆଖିର ଜ୍ୟୋତିକୁ ହରାଇ ବସିଛି । ଏକଥା ଶୁଣି ବାପ ମା’ଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ବର୍ତ୍ତମାନ ତାଙ୍କୁ ଏବେ ୧୯ ବର୍ଷ ହୋଇଛି ସେ +୩ ଛାତ୍ର ଭାବେ ରେଭେନ୍ସା କଲେଜରେ ପାଠ ଅଧ୍ୟୟନ କରୁଛି । ଲକ୍ଷ୍ନୌରେ ହୋଇଥିବା ୧୩ତମ ଯୁଡୋ ଜାତୀୟ ସ୍ତର ଖେଳରେ ୮୧ କେଜିର ୩ୟ ସ୍ଥାନରେ ବ୍ରୋଞ୍ଚ ପଦକ ହାସଲ କରି ନିଜ ଗାଁ ଓ ଜିଲ୍ଲା ନାଁ ରଖିଛନ୍ତି । ଲକ୍ଷ୍ନୌରୁ ଖେଳି ନିଜ ଜନ୍ମ ମାଟିରେ ପହଞ୍ଚିବା ପରେ ସ୍ଥାନୀୟ ବାସିନ୍ଦା ଏବଂ ଗାଁ ସରପଞ୍ଚ ମିଶି ଚନ୍ଦନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।
Also read:ସଡ଼କ ଦୁର୍ଘଟଣାରେ ଦୁଇ ମୃତ, ଜଣେ ଗୁରୁତର