ଆଜିଠାରୁ ମହାପ୍ରଭୁଙ୍କ ୨୧ ଦିନ ବ୍ୟାପୀ ଚନ୍ଦନଯାତ୍ରା ଉତ୍ସବ ଆରମ୍ଭ

ପୁରୀ (କେନ୍ୟୁଜ୍) : ଆଜି ପବିତ୍ର ଅକ୍ଷୟ ତୃତୀୟା। ଆଜିଠାରୁ ମହାପ୍ରଭୁଙ୍କ ୨୧ ଦିନ ବ୍ୟାପୀ ଚନ୍ଦନଯାତ୍ରା ଉତ୍ସବ ଆରମ୍ଭ ହେବା ସହ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ୩ ରଥ ନିର୍ମାଣର ଶୁଭ ଅନୁକୂଳ କରାଯିବ। ଦୀର୍ଘ ୨ ବର୍ଷ ପରେ ଶ୍ରଦ୍ଧାଳୁଙ୍କ ଗହଣରେ ପ୍ରଭୁଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ । ଏଥିପାଇଁ ନରେନ୍ଦ୍ର ପୁଷ୍କରିଣୀ ସଜେଇ ହୋଇଛି।

ଆଜି ଅପରାହ୍ନରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଭୂଦେବୀ, ଶ୍ରୀଦେବୀ ଓ ରାମକୃଷ୍ଣ ବିମାନକୁ ବିଜେ କରିବା ପରେ ଏକ ଶୋଭାଯାତ୍ରାରେ ଶ୍ରୀକ୍ଷେତ୍ରର ପଞ୍ଚମହାଦେବଙ୍କ ସହ ବିମାନରେ ନରେନ୍ଦ୍ର ପୁଷ୍କରଣୀକୁ ଯାଇ ସେଠାରେ ଜଳକ୍ରୀଡ଼ା କରିବେ। ଅନ୍ୟପଟେ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଆଜ୍ଞାମାଳ ରଥଖଳାକୁ ଆସିବା ପରେ ସେଠାରେ ସୁବର୍ଣ୍ଣ କୁରାଢୀରେ ୩ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.