ଆଜି ଚନ୍ଦନଯାତ୍ରାର ଅନ୍ତିମ ଦିନ, ନରେନ୍ଦ୍ର ପୁଷ୍କରିଣୀରେ ୨୧ ଘେରା ଜଳକ୍ରୀଡ଼ା କରି ମନ୍ଦିର ବାହୁଡିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା

ପୁରୀ(କେନ୍ୟୁଜ୍):ପବିତ୍ର ଅକ୍ଷୟ ତୃତୀୟାରୁ ୨୧ ଦିନ ବ୍ୟାପୀ ଚାଲିଥିବା ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରାର ଆଜି ଅନ୍ତିମ ଦିନ । ଶ୍ରୀମନ୍ଦିରରେ ଯାତଭୋଗ ସରିବା ପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ନରେନ୍ଦ୍ର ପୁଷ୍କରିଣୀକୁ ଯାଇ ଜଳକ୍ରୀଡ଼ା କରିଛନ୍ତି । ଭଉଁରୀରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ୨୧ ଘେରା ଜଳକ୍ରୀଡ଼ା କରୁଛନ୍ତି । ଏପଟେ ବିଧି ଅନୁଯାୟୀ ଅଖ ଚକ ଡେରା ନୀତି ସଂପନ୍ନ ହୋଇଛି। ଶ୍ରୀମନ୍ଦିରରୁ ରଥଖଳାକୁ ବିଜେ ହୋଇଥିଲା ଆଜ୍ଞାମାଳ। ଆଜ୍ଞାମାଳ ବିଜେ ପରେ ରଥଚକରେ ଅଖ ସଂଯୋଗ କରାଯାଇଛି।

ତିନି ରଥର ଦୁଇଟି ଲେଖାଏଁ ଚକରେ ଗୋଟିଏ ଲେଖାଏଁ ଅଖ ସଂଯୋଗ କରାଯାଇଛି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିଭିନ୍ନ ନୀତିକାନ୍ତି ସରିବା ପରେ ବିମାନ ବିଜେ ନୀତି କରାଯାଇଛି । ପାରମ୍ପରିକ ବାଦ୍ୟ ତଥା ଭଜନ, କୀର୍ତ୍ତନ ପଟୁଆାରରେ ମଦନମୋହନ, ରାମକୃଷ୍ଷ, ଭୂଦେବୀ, ଶ୍ରୀଦେବୀ ଓ ପଞ୍ଚମହାଦେବ ନରେନ୍ଦ୍ର ପୁଷ୍କରଣୀକୁ ଆସିଛନ୍ତି । ନନ୍ଦା ଓ ଭଦ୍ରା ଚାପରେ ୨୧ ଘେରା ଜଳକ୍ରୀଡା କରିବେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.