ରୋଡ ରୋମିଓଙ୍କୁ ନେଇ କ୍ରାଇମ ସିନ, ରିକ୍ରିଏସନ କଲା ଚନ୍ଦକା ଥାନା ପୋଲିସ

ଭୁବନେଶ୍ବର : ଭୁବନେଶ୍ବରରେ ମେଜର ଗୁରୁବନ୍ତ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର କରିଥିବା ରୋଡ ରୋମିଓଙ୍କୁ ନେଇ କ୍ରାଇମ ସିନ ରିକ୍ରିଏସନ କଲା ଚନ୍ଦକା ଥାନା ପୋଲିସ। କୋର୍ଟରେ ହାଜର ପୂର୍ବରୁ ଘଟଣା ସ୍ଥଳକୁ ନେଇ କ୍ରାଇମସିନ ରିକ୍ରିଏସନ କରାଯାଇଛି ।  ଗତ ୧୫ତାରିଖ ରାତିରେ ତାରିଖ କଣ ଘଟିଥିଲା  ।  କେଉଁ ସ୍ଥାନରେ ହୋଇଥିଲା ମେଜର ଓ ତାଙ୍କ ବାନ୍ଧବୀ ସହ ରୋଡ ରୋମିଓଙ୍କ ଝଗଡ଼ା ହୋଇଥିଲା। ସୁନ୍ଦରପୁର ଛକରେ ସେହି ଦିନ ରାତିରେ କଣ ଘଟିଥିଲା।

ଅଧିକ ତଦନ୍ତ କରୁଛି ପୋଲିସ। ଗୁରୁବନ୍ତ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣାରେ ୭ ରୋଡ୍ ରୋମିଓଙ୍କୁ କାବୁ କରିଛି କମିଶନରେଟ୍ ପୋଲିସ। ସିସିଟିଭି ଆଧାରରେ ସେମାନଙ୍କୁ ଚନ୍ଦକା ଥାନାରେ ଅଟକ ରଖ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ ଟିମ୍ । ଏଭିତରେ ମେଜର ଓ ତାଙ୍କ ବାନ୍ଧବୀ ଭରତପୁର ଥାନାକୁ ଆସିବା ପୂର୍ବର ରୋଡ ରୋମିଓଙ୍କ ଆକ୍ରମଣର ଶିକାର ହେବାର ଦୃଶ୍ୟ ସାମ୍ନାକୁ ଆସିଛି ।

ପ୍ରକୃତରେ କଣ ଘଟିଥିଲା ସେହି ଦିନ ରାସ୍ତାରେ । ସବୁ କିଛି ରହିଛି ଏହି ଭିଡିଓରେ । ଯେଉଁ ଅଭିଯୋଗ ଆସୁଥିଲା କିଛି ଯୁବକ ତାଙ୍କୁ ହଇରାଣ ଓ ଦୁର୍ବ୍ୟବହାର କରିଥିଲେ ସେହି ଭିଡିଓ ସାମ୍ନାକୁ ଆସିଛି। ଏହି କଥା କଟାକଟିର ଭିଡିଓ ଭାଇରାଲ ହେଉଛି । ଏଭିତରେ ପୀଡ଼ିତା ଭୁବନେଶ୍ବର ଏମ୍ସରୁ ଡିସଚାର୍ଜ ହୋଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like