ଆଜି ମାଘ ଷଷ୍ଠୀ, ଚନ୍ଦ୍ରଭାଗାରେ ହେବ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ପୁରୀ : ଆସନ୍ତାକାଲି ଚନ୍ଦ୍ରଭାଗାରେ ପବିତ୍ର ମାଘ ସପ୍ତମୀ ବୁଡ଼ । ଚନ୍ଦ୍ରଭାଗା ତୀର୍ଥ ପୁଷ୍କରଣୀରେ ଲକ୍ଷାଧିକ ଶ୍ରଦ୍ଧାଳୁ ବୁଡ଼ ପକାଇବେ । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଏନେଇ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମେଳା ପଡ଼ିଆରେ ସଫେଇ, ପାଚେରି ରଙ୍ଗ, ବ୍ୟାରିକେଡ୍ ଓ ଦୁଇଟି ୱାଚ ଟାୱାର ନିର୍ମାଣ ଆଦି ଶେଷ ହୋଇଛି।
ସୁରକ୍ଷା ପାଇଁ ମୁତୟନ ହେବେ ୩୩ ପ୍ଲାଟୁନ ପୋଲିସ ଫୋର୍ସ। ବୁଡ଼ ସ୍ଥାନ ଓ ସମୁଦ୍ର କୂଳରେ ଲାଇଫ ଗାର୍ଡ ମୁତୟନ ରହିବେ। ପୋଲିସ ପକ୍ଷରୁ ସ୍ବତନ୍ତ୍ର ଟ୍ରାଫିକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୋଲିସର ନିୟମ ମାନି ଚନ୍ଦ୍ରଭାଗା ବୁଡରେ ସାମିଲ ହେବାକୁ ଅପିଲ୍ କରିଛନ୍ତି ପୁରୀ ଏସପି ବିନୀତ ଅଗ୍ରୱାଲ । ଏପଟେ ମାଘ ସପ୍ତମୀ ଅବସରରେ ଆଜି ଓ ଆସନ୍ତାକାଲି ଦୁଇ ଦିନ ସୂର୍ଯ୍ୟମନ୍ଦିର ପ୍ରବେଶ ଶୁଳ୍କ ଛାଡ଼ ହୋଇଛି ।
Also read: ମହାକୁମ୍ଭର ତୃତୀୟ ଶାହୀସ୍ନାନ ଆରମ୍ଭ, ସାଧୁସନ୍ଥଙ୍କ ଆଶୀର୍ବାଦ ନେବାକୁ ସଙ୍ଗମରେ ଶ୍ରଦ୍ଧାଳୁଙ୍କ ଭିଡ଼