ଚାଦୁଆ ବ୍ୟବସାୟୀ ଅସୁବିଧା ଭୋଗିବେନି ପିପିଲିରେ ହେବ ଚାନ୍ଦୁଆ ହବ୍

ପିପିଲି: ପର୍ଯ୍ୟଟନର ହେବ ବିକାଶ । ହାତ ତିଆରି ଜିନିଷ ବଢିବ ଚାହିଦା । ଆଉ ଅସୁବିଧା ଭୋଗ କରିବାକୁ ପଡ଼ିବ ନାହିଁ ଚାଦୁଆ ବ୍ୟବସାୟୀଙ୍କୁ । ପିପିଲିରେ ହେବ ଚାନ୍ଦୁଆ ହବ । ଏପରି ପରିକଳ୍ପନା ନେଇ ୨୦୦୭ ମସିହାରେ ପିପିଲି ଟୋଲ ପ୍ଲାଜା ନିକଟରେ ୭ କୋଟି ୬୭ ଲକ୍ଷ ଟଙ୍କା ମୂଲ୍ୟରେ ନିର୍ମାଣ କରାଯାଇଥିଲା ଚାନ୍ଦୁଆ ନଗର । ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ଠିକା ସଂସ୍ଥାକୁ ଏହାର ନିର୍ମାଣ କାର୍ଯ୍ୟ କରିବା ପାଇଁ ଦାୟୀତ୍ୱ ପ୍ରଦାନ କରାଯାଇଥିଲା । ଘର ନିର୍ମାଣ ପରେ ଏହା ଦୀର୍ଘ ୧୮ ବର୍ଷ ପରେ ବି ଏହା କାର୍ଯ୍ୟକାରୀ ହୋଇ ପାରିନାହିଁ । କହିବାକୁ ଗଲେ ଏହା ଭୂତ କୋଠିରେ ପରିଣତ ହୋଇଛି । ନିର୍ମାଣ କରାଯାଇଥିବା ଘରର କବାଟ ଝରକା ନଷ୍ଟ ହେବାକୁ ବିସିଥିବାବେଳେ ଘରର ପ୍ଲାଷ୍ଟର ଝଡ଼ିବାକୁ ବସିଲାଣି । ନିମ୍ନମାନର ବିଦ୍ୟୁତ ୱାରିଙ୍ଗ ଯୋଗୁଁ ଏହା ଭାଙ୍ଗିରୁଜି ଗଲାଣି । ସିଡ଼ି ଗୁଡ଼ିକ ମଧ୍ୟ ଭାଙ୍ଗିରୁଜି ଗଲାଣି । ତେବେ ଦୀର୍ଘ ଦିନ ହେବ ଏହା ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି । ପ୍ରଶାସନ କି ପର୍ଯ୍ୟଟନ ବିଭାଗ କେହି ବି ଏହାକୁ ଚାଲୁ ରଖିବା ପାଇଁ ଟିକିଏ ବି ପ୍ରୟାସ କରି ନଥିବାର ଚାନ୍ଦୁଆ ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି ।

ଏହି ଶିଳ୍ପୀ ଗ୍ରାମକୁ କିଭଳି ଅଧିକ ବିକାଶ କରାଯିବ ସେଥିପାଇଁ ଉପ ମୂଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବୁଲି ଦେଖିଥିଲେ । ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକଙ୍କ ଠାରୁ ଏହାର ଭିତିଭୂମି ସମ୍ପର୍କରେ ପଚାରି ବୁଝିବା ସହିତ ଏହାର କିପରି ବିକାଶ କରାଯିବ ସେ ସମ୍ପର୍କରେ ପଚାରି ବୁଝି ଦେଖିଥିଲେ । ଅଧାପନ୍ତରିଆ ଭାବରେ ପଡ଼ି ରହିଥିବା ଏହି ପ୍ରକଳ୍ପର ବିକାଶ ପାଇ ଏହାର ଚତଃପାଶ୍ୱର୍ରେ ଥିବା ଭୂମିହୀନ ଲୋକମାନଙ୍କୁ ଦୁଇ ଡ଼ିସିମିଲ ଲେଖାଏଁ ଜମି ଦିଆଯାଇ ସେମାନଙ୍କୁ ସ୍ଥାନାନ୍ତର କରାଯିବା ପାଇଁ ପ୍ରକିୟା ଶେଷ ହୋଇଥିବାର ତହସିଲଦାର କହିଥିଲେ । ଏହା ସହିତ ପ୍ରକଳ୍ପର ଅନ୍ୟ ପାର୍ଶ୍ବରେ ଯଦି କିଛି ବେସରକାରୀ ଜମି ରହିଛି ତାହା ପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ କହିଥିଲେ ।

ତେବେ ଏ ସମସ୍ତ କାର୍ଯ୍ୟ ପରେ ଏହି ପ୍ରକଳ୍ପ ପାଇଁ ଚୌକିଦାନୀ ଠିକା ସଂସ୍ଥା ମାଧ୍ୟମରେ ଏକ ମଡ଼େଲରେ ଏହାକୁ ସାମିଲ କରାଯାଇ ଏହା ଉନ୍ନତି କରଣ କରାଯିବ । ଚାନ୍ଦୁଆ ପ୍ରକଳ୍ପ କୁ ଆସିବା ପାଇଁ ଜାତୀୟ ରାଜପଥରୁ ଏ ସିଧା ସଳଖ ରାସ୍ତା ନିର୍ମାଣ କରାଯିବ ସହିତ ପ୍ରବେଶ ପଥରେ ଏକ ସୁନ୍ଦର ତୋରଣ ନିର୍ମାଣ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ତେବେ ଏହାରି ଭିତରେ କନଫରେନ୍ସି ହଲ ରେଷ୍ଟୁରାଂଟ , ଘର ଏବଂ ଗାଧୋଇବା ପାଇଁ ସୁଇମିଙ୍ଗପୁଲ ଗାଡ଼ି ରହିବା ପାଇଁ ପାର୍କଂ ର ବ୍ୟବସ୍ଥା କରାଯାଇଥିବା ବେଳେ ଏହାକୁ ଉନ୍ନତି କରଣ କରାଯିବ । ଅନ୍ୟପକ୍ଷରେ ପୂର୍ବରୁ ନିର୍ମାଣ କରାଯାଇଥିବା ୨୧ ଗୋଟି ଗୃହକୁ ମରାମତି କରାଯିବ । ଏହା ନିକଟରେ ରହିଥିବା ପୁଷ୍କରିଣୀର ବିକାଶ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଥିଲେ ।