ବଦଳିଲା ପାଗ: ବଢ଼ିଲା ରାତି ତାପମାତ୍ରା, କିଛି ସ୍ଥାନରେ ଦେଖାଗଲାଣି ହାଲୁକାରୁ ମଧ୍ୟମ ଧରଣର କୁହୁଡି

ଭୁବନେଶ୍ଵର (କେନ୍ୟୁଜ): ବଦଳିଲା ପାଗ, ବଢ଼ିଲା ରାତି ତାପମାତ୍ରା କମିଲା ଶୀତ । ବଙ୍ଗୋପସାଗର ଅଞ୍ଚଳରୁ ପୂର୍ବଦିଗରୁ ପ୍ରବେଶ କରୁଥିବା ଉଷ୍ମ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇଛି । ଫୁଲବାଣୀ, ଭବାନୀପାଟଣା,ପାରଳାଖେମୁଣ୍ଡିର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦେଖାଦେଇଛି ।

କୋରାପୁଟର ସିମିଳିଗୁଡାରେ ୧୫ ଡିଗ୍ରୀ, କୋରାପୁଟ ୧୫ ଡିଗ୍ରୀ, କନ୍ଧମାଳ ଜିଲ୍ଲାର ଫୁଲବାଣୀ ଠାରେ ୧୫ ଡିଗ୍ରୀ, ଦାରିଙ୍ଗବାଡିରେ ୧୬ ଡିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ ହୋଇଛି । ସେପଟେ ଦକ୍ଷିଣ ଓଡ଼ିଶାରେ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଆଗୁଆ ଆକଳନ କରିଛି ପାଣିପାଗ ବିଭାଗ । ଆସନ୍ତା ୭ ବେଳକୁ ବଢିବ ବର୍ଷାର ବିସ୍ତତି । ଦକ୍ଷିଣ ଓଡ଼ିଶା ସମେତ, ପୂର୍ବଉପକୂଳରେ ବର୍ଷା ହେବାର ସମ୍ଭାବନା ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.