ରାଜ୍ୟ

୩୦୦ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କଲା କ୍ରାଇମବ୍ରାଞ୍ଚ, ନିଜ ସ୍ୱାମୀଙ୍କୁ ବଞ୍ଚେଇବାକୁ କୌଣସି ଉଦ୍ୟମ କରିନଥିଲେ ବିଦ୍ୟା ଭାରତୀ

ପାରଳାଖେମୁଣ୍ଡି(କେନ୍ଯୁଜ୍): ବିଦ୍ୟାଭାରତୀଙ୍କ ନାଁରେ ଚାର୍ଜସିଟ୍‌ ଦାଖଲ । ୩୦୦ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କଲା କ୍ରାଇମବ୍ରାଞ୍ଚ । ପାରଳାଖେମୁଣ୍ଡି ସ୍ଥିତ ଦୌରାଜଜ୍‌ ଅଦାଲତା ପରିସରରେ ଥିବା ସିଏସଆଇ କାର୍ଯ୍ୟାଳୟରେ ଚାର୍ଜସିଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ଗତକାଲି ରାତିରେ କ୍ରାଇମବ୍ରାଞ୍ଚ ଡିଏସପିଙ୍କ ନେତୃତ୍ୱରେ ଏକ ଟିମ୍‌ ପାରଳାଖେମୁଣ୍ଡିରେ ପହଂଚି ଚାର୍ଜସିଟ ଦାଖଲ କରିଛନ୍ତି।

ଏସିଏଫ ସୌମ୍ୟ ରଂଜନଙ୍କର ଦେହରେ ନିଆଁ ଲାଗିବା ପରେ ନିଆଁ ଲିଭାଇବାରେ ସାହାଯ୍ୟ କରି ନ ଥିଲେ ବିଦ୍ୟା ଭାରତୀ। ନିଜ ସ୍ୱାମୀଙ୍କୁ ବଞ୍ଚେଇବା ପାଇଁ ସେଭଳି ଉଦ୍ୟମ ମଧ୍ୟ କରି ନଥିଲେ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି । ଏହି ମାମଲାର ତଦନ୍ତ କରି ତିନି ଜଣଙ୍କ ମଧ୍ୟରୁ ସୌମ୍ୟଙ୍କ ରୋଷେୟା ମନ୍ମଥ କୁମ୍ଭ ଓ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ କ୍ଲିନଚିଟ୍‌ ଦେଇଛି କ୍ରାଇମବ୍ରାଞ୍ଚ।

ଏ ଦୁଇ ଜଣଙ୍କର କୌଣସି ଭୂମିକା ନଥିବା କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି। କିନ୍ତୁ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ ଅଭିଯୁକ୍ତ ଦର୍ଶାଇଛି କ୍ରାଇମବ୍ରାଞ୍ଚ।ଗତ ଜୁଲାଇ ମାସ ୧୨ ତାରିଖରେ ପାରଳାଖେମୁଣ୍ଡିଠାରେ ଥିବା ନିଜ ସରକାରୀ ବାସଭବନରେ ନିଆଁରେ ପୋଡି ହୋଇ ଯାଇଥିଲେ ସୌମ୍ୟ। ଏହାର ଗୋଟିଏ ଦିନ ପରେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ସୌମ୍ୟଙ୍କ ମୃତ୍ୟୁ ହୋଇଥିଲା।

ସୂଚନା ଥାଉକି , ପାରଳାଖେମୁଣ୍ଡି ସରକାରୀ ଘରୁ ଗତ ସୋମବାର ରାତି ୯ଟାରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା । କଟକର ଏକ ଘରୋଇ ହସପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ମୃତ ସୌମ୍ୟରଞ୍ଜନଙ୍କ ପରିବାର ଲୋକେ ପୁଅକୁ ନ୍ଯାୟ ଦେବା ପାଇଁ ଦିନ ରାତି ଏକ କରିଦେଇଥିଲେ। ଉଭୟ ସୌମ୍ୟ ଏବଂ ପତ୍ନୀ ବିଦ୍ଯାଙ୍କ ପରିବାର ଲୋକଙ୍କର ବୟାନ୍‌ ରେକର୍ଡ କରାଯାଇଥିଲା। ଯେଉଁମାନଙ୍କ ବିରୋଧରେ ଅଭିଯୋଗ ରହିଥିଲା ସେମାନଙ୍କ କଲ୍‌ ଡିଟେଲକୁ ଯାଞ୍ଚ କରାଯାଇଥିଲା। ପରିବାର ଲୋକଙ୍କ ଉପସ୍ଥିତିରେ ତାଙ୍କ ସରକାରୀ ବାସଭବନ ତାଲା ଖୋଲାଯାଇ ତଦନ୍ତ ମଧ୍ଯ କରାଯାଇଥିଲା।। ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ଖୋଳତାଡ଼ କରିଥିଲା । ସୌମ୍ୟରଂଜନ ନିଆଁରେ ପୋଡ଼ି ହୋଇ ମୃତ୍ୟୁ ମାମଲାରେ ବିଭିନ୍ନ ଦିଗରୁ ତଦନ୍ତ କରୁଥିଲା ପୋଲିସ ।

Sonalisa

Recent Posts

ବିହାର: ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ନବନିର୍ମିତ ବ୍ରିଜ୍‌, ୧ କୋଟି ଟଙ୍କା ବ୍ୟୟରେ ହୋଇଥିଲା ତିଆରି

ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍‌ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍‌ ମଙ୍ଗଳବାର ଭୁଶୁଡ଼ି…

3 mins ago

ନଦୀରେ ଗାଧୋଇବା ସମୟରେ ବୁଡି ତିନି ନାବାଳକ ମୃତ, ନାବାଳକ ସମସ୍ତେ ଗୋଟିଏ ପରିବାରର

କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…

8 mins ago

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଉତ୍ସବମୁଖର ଶ୍ରୀକ୍ଷେତ୍ର

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…

11 mins ago

ସାଇକେଲ ବ୍ୟବହାର କରିବା ପାଇଁ ସମସ୍ତଙ୍କୁ ଅପିଲ୍‌ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…

23 mins ago

ବିହାର: ପାଟନା ବିମାନବନ୍ଦରକୁ ମିଳିଲା ବୋମା ବିସ୍ଫୋରଣ ଧମକ, ଏୟାରପୋର୍ଟରେ ଥରିଲେ ଯାତ୍ରୀ

ବିହାରର ପାଟନା ଏୟାରପୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । ଏହି ଧମକ ଇ-ମେଲ୍‌ ମାଧ୍ୟମରେ ମିଳିଛି, ଯାହାକୁ…

41 mins ago

ଟି୨୦ ବିଶ୍ୱକପ ୨୦୨୪ : ପିଚ୍‌ ଏବଂ କୋହଲି, ଜାଡେଜାଙ୍କ ଫର୍ମକୁ ନେଇ ଚିନ୍ତାରେ ରୋହିତ

ଭାରତୀୟ ଟିମ୍‌ ଟି୨୦ ବିଶ୍ୱକପ ୨୦୨୪ ସୁପର-୮ ମ୍ୟାଚ ଖେଳିବାକୁ ୱେଷ୍ଟଇଣ୍ଡିଜରେ ପହଞ୍ଚିସାରିଛି । ଟିମ୍‌ ବ୍ରିଜଟାଉନରେ କଠିନ ଅଭ୍ୟାସ…

45 mins ago