ବ୍ୟକ୍ତିଗତ ଶତ୍ରୁତା କାରଣରୁ ନବ ଦାସଙ୍କୁ କରାଯାଇଥିଲା ହତ୍ୟା! ଚାର୍ଜସିଟରେ ଦାଖଲ କଲା କ୍ରାଇମବ୍ରାଞ୍ଚ
ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ। ଝାରସୁଗୁଡ଼ା JMFC କୋର୍ଟରେ ଚାର୍ଜସିଟ୍ ଦାଖଲ ହୋଇଛି। ୫୪୩ ପୃଷ୍ଠାର ଚାର୍ଜସିଟ୍ ଦାଖଲ ହୋଇଥିବା ସୂଚନା ମିଳିଛି ।
![naba](https://knewsodisha.com/wp-content/uploads/2023/02/naba.jpg)
ଝାରସୁଗୁଡା (କେନ୍ୟୁଜ): ଖୋଲିବ ଗୋପାଳ ଦାସର ମର୍ଡର ମୋଟିଭ । ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ। କ୍ରାଇମ୍ବ୍ରାଞ୍ଚ DSP ରମେଶ ଦୋରା ଦାଖଲ କରିଛନ୍ତି ପ୍ରିଲିମିନାରୀ ଚାର୍ଜସିଟ। ଝାରସୁଗୁଡ଼ା JMFC କୋର୍ଟରେ ଚାର୍ଜସିଟ୍ ଦାଖଲ ହୋଇଛି। ୫୪୩ ପୃଷ୍ଠାର ଚାର୍ଜସିଟ୍ ଦାଖଲ ହୋଇଥିବା ସୂଚନା ମିଳିଛି ।
ଏହି ୫୪୩ ପୃଷ୍ଠାରେ ରହିଛି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । କାହିଁକି ଗୋପାଳ ନବ ଦାସଙ୍କୁ ହତ୍ୟା କରିଥିଲା ? ଏହାର କାରଣ ରଖିଛି କ୍ରାଇମବ୍ରାଞ୍ଚ । ବ୍ୟକ୍ତିଗତ କାରଣ ପାଇଁ ନବ ଦାସଙ୍କୁ ହତ୍ୟା କରିଥିଲା ଗୋପାଳ । ହତ୍ୟାରେ କୌଣସି ଷଡ଼ଯନ୍ତ୍ର ହୋଇନାହିଁ । ହତ୍ୟାରେ ଗୋପାଳକୁ ଅନ୍ୟ କେହି ସହଯୋଗ କରିନାହାନ୍ତି । LVA ଓ ପଲିଗ୍ରାଫ ଟେଷ୍ଟରେ ଏସବୁକୁ ସ୍ୱିକାର କରିଛି ହତ୍ୟାକାରୀ । ସେହିଭଳି ନାର୍କୋ ଟେଷ୍ଟରେ ମଧ୍ୟ ଗୋପାଳ ସ୍ୱିକାର କରିଛି । ଏହାକୁ କ୍ରାଇମବ୍ରାଞ୍ଚ ଚାର୍ଜସିଟ୍ରେ ଉଲ୍ଲେଖ କରିଛି ।
ଏହାସହ ଚାର୍ଜସିଟ୍ରେ ଦଫା ୩୦୭, ୩୦୨ ଓ ୨୭(୧) ଆର୍ମସ ଆକ୍ଟ ଲାଗିଛି। ତେବେ ଏହି ଦଫା ଗୋପାଳ ନାଁରେ ଲାଗିଛି ନା ଆଉ କାହା ନାଁରେ ଲାଗିଛି ତାହା ଜଣାପଡ଼ି ନାହିଁ। ନବ ଦାସ ହତ୍ୟାକାଣ୍ଡରେ ତଦନ୍ତ ଅଧିକାରୀଙ୍କୁ ମିଶାଇ ମୋଟ ୮୯ ଜଣ ସାକ୍ଷୀ ଥିବା ଚାର୍ଜସିଟ୍ରେ ଉଲ୍ଲେଖ ରହିଛି। ତେବେ ଚାର୍ଜସିଟରେ ଆଉ ସବୁ କ’ଣ ଉଲ୍ଲେଖ ରହିଛି ତାହା ପୂରା ସ୍ପଷ୍ଟ ହୋଇନାହିଁ। ଏହି ଚାର୍ଜସିଟକୁ ନେଇ ଏବେ ନାନା ପ୍ରଶ୍ନ ଉଠୁଛି।