ଚଳିତ ବର୍ଷ ଦ୍ରୁତ ଗତିରେ ଚାଲିଛି ରଥ ନିର୍ମାଣ କାର୍ଯ୍ଯ: ପବିତ୍ର ଦେବସ୍ନାନ ପୂର୍ଣ୍ଣମୀରେ ତିନି ରଥର ଉଠିଛି ବଡ଼ପୋଟଳ

ପୁରୀ(କେନ୍ଯୁଜ୍): ପବିତ୍ର ଦେବସ୍ନାନ ପୂର୍ଣ୍ଣମୀରେ ଶ୍ରୀକ୍ଷେତ୍ରରେ ତିନି ରଥର ବଡ଼ପୋଟଳ ଉଠିଛି । ଟାର୍ଗେଟ ଅନୁଯାୟୀ ତିନିରଥର ଚାରି ନାହାକା ଉଠିବା କଥା । କିନ୍ତୁ ଏବର୍ଷ ଏହାଠାରୁ ଯଥେଷ୍ଟ ଅଧିକ କାମ ହୋଇ ତୃତୀୟ ଭୂଇଁ ଉଠିବା ଓ ଢମକ ପଡିବା ପରେ ବଡ଼ପୋଟଳ ଉଠିଛି ।

ପୋଟଳ ଖମ୍ବି,ପୋଟଳ ପାରେଣୀ, ପୋଟଳ ଓରା ଆଦି ଉପରକୁ ଉଠିବା ସହ ଭୂଇଁରେ ଅକାତ, ମାଛପାତିଆ,ଛିଆଣ,ଭୂଇଁ ନାହାକା ଓ ଖଦି ଓରା ଲାଗି ଟୁଙ୍ଗୁରା ସରିଛି । ବଡ଼ ପୋଟଳ ସହ ତେର ପରସ୍ତ ପୋଟଳ ଲାଗିଥାଏ । ଏହା ରଥର ଉପରି ଅଂଶରେ ଖଞ୍ଜାଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.