ଆଜିକୁ ମାସେ ରହିଲା ରଥଯାତ୍ରା, ଅନିଶ୍ଚିତତା ଭିତରେ ଚାଲିଛି ରଥ ନିର୍ମାଣ

ପୁରୀ(କେନ୍ଯୁଜ୍): ଚଳିତ ବର୍ଷ ଅନିଶ୍ଚିତତା ଭିତରେ ଚାଲିଛି ରଥ ନିର୍ମାଣ। ଏପେଟେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ମାସେ ରହିଲା, ହେଲେ ଚଳିତ ବର୍ଷ ରଥଯାତ୍ରା ହେବ କି ନାହିଁ ସେ ନେଇ କୌଣସି ଆଲୋଚନା କରାଯାଇନାହିଁ । ଅନ୍ଯପଟେ ଯଦି ରଥଯାତ୍ରା ହେବ ତେବେ କିପରି ହେବ, ସେନେଇ ସସ୍‌ପେନ୍ସ ଜାରି ରହିଛି । କରୋନା କଟକଣା ମଧ୍ୟରେ ଆଦ୍ୟ ପର୍ବ ପବିତ୍ର ଅକ୍ଷୟ ତୃତୀୟାରେ ଶ୍ରୀମନ୍ଦିର ଭିତରେ ପ୍ରଥମ ଥର ପାଇଁ ବାହାର ଚନ୍ଦନ ଯାତ୍ରା ଓ ରଥକାଠ ଅନୁକୂଳ କରାଯାଇଥିଲା । ଏହା ପରେ ରଥ ନିର୍ମାଣ ଚାଲିଛି ।

କରୋନା କଟକଣା ମଧ୍ୟରେ ଆସନ୍ତା ଜୁନ୍‌ ୫ରେ ହେବାକୁ ଥିବା ଦେବସ୍ନାନ ପୂର୍ଣ୍ଣିମା ପାଇଁ ବିଚାର ବିମର୍ଷ ହୋଇଛି । ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ସରିବା ପରେ ନୂଆ ଗାଇଡ୍‌ଲାଇନ୍‌ ଆସିବ । ଏହା ପରେ ରଥଯାତ୍ରା ଆୟୋଜନ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.