ବାତ୍ୟାକୁ ଦୃଷ୍ଟିରେ ରଖି ଆଜି ବନ୍ଦ ରହିଛି ରଥ ନିର୍ମାଣ କାର୍ଯ୍ୟ

ପୁରୀ: ବାତ୍ୟାକୁ ଦୃଷ୍ଟିରେ ରଖି ଆଜି ରଥ ନିର୍ମାଣ କାର୍ଯ୍ୟକୁ ବନ୍ଦ କରାଯାଇଛି । କେବଳ ପରମ୍ପରା ଅନୁଯାୟୀ ନୃସିଂହ ଚତୁର୍ଦ୍ଦଶୀ ଥିବାରୁ କୋଣଗୁଜ ଅନୁକୂଳ ନୀତି ଅନୁଷ୍ଠିତ ହୋଇଛି । ଏପଟେ ଶ୍ରୀମନ୍ଦିରରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ଏଏସଆଇ କର୍ତ୍ତୁପକ୍ଷ। କୀର୍ତ୍ତନ ଚକଡା ଓ ଜଗମୋହନ ନିକଟରୁ ମରାମତି ପାଇଁ ଲାଗିଥିବା ଲୁହାଭାର କାଢିଦିଆଯାଇଛି।

ପ୍ରୟ ୮୦୦ଫୁଟର ଲଗାଯାଇଥିବା ଲୁହାଭାରକୁ କାଢିବା କାର୍ଯ୍ୟରେ ନିୟୋଜିତ ଅଛନ୍ତି ୩୨ଜଣ ଏଏସ୍‌ଆଇ କର୍ମଚାରୀ। ଶ୍ରୀମନ୍ଦିର ଓ ସେବାୟତଙ୍କ ସୁରକ୍ଷା ଦୃଷ୍ଟିରୁ ମନ୍ଦିର ପରିସରରୁ ଏହି ଲୁହା ଭାରକୁ ହଟାଇ ଦିଆଯାଇଛି। ଗତବର୍ଷ ଫନି ସମୟରେ ଏହି ଲୁହାଭାର ଭୁଷୁଡି ପଡିବା ଯୋଗୁଁ ମୁଖ୍ୟ ମନ୍ଦିର ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ତାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି।

Leave A Reply

Your email address will not be published.