ଶ୍ରୀପଞ୍ଚମୀ ଅବସରରେ ଶ୍ରୀକ୍ଷେତ୍ରରେ ଅନୁକୂଳ ହେଲା ରଥକାଠ, ପରଂପରା ଅନୁଯାୟୀ କରାଗଲା ପୂଜାର୍ଚ୍ଚନା

ପୁରୀ(କେନ୍ୟୁଜ୍):  ଆଜି ପବିତ୍ର ଶ୍ରୀପଞ୍ଚମୀ ଅବସରରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଆଗାମୀ ରଥଯାତ୍ରା ପାଇଁ ଅନୁକୂଳ ହୋଇଛି ରଥକାଠ । ପରଂପରା ଅନୁଯାୟୀ, ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖ ରଥଖଳାରେ ୩ ଖଣ୍ଡ ୧୨ ଫୁଟିଆ ଧଉରା କାଠ ରଖାଯାଇ ପୂଜାର୍ଚ୍ଚନା କରାଯାଇଛି । ରାଜଗୁରୁ ଓ ପୁରୋହିତମାନେ ଏହି ପୂଜାର୍ଚ୍ଚନା କରିଥିଲେ । ମାଆ ସରସ୍ୱତୀଙ୍କୁ ଆବାହନ କରାଯାଇ ଆଗାମୀ ରଥଯାତ୍ରା ପାଇଁ ରଥକାଠ ସଂଗ୍ରହ ଲାଗି ପ୍ରାର୍ଥନା କରିଥିଲେ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀମାନେ । ଏବେ ମାତ୍ର ୫୩ ଖଣ୍ଡ ରଥକାଠ ଆସିଥିବା ବେଳେ ଚଳିତ ବର୍ଷ ମୋଟ୍‌ ୬୭୨ ଖଣ୍ଡ କାଠ ଅଣାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.