ଶ୍ରୀକ୍ଷେତ୍ରରେ ଏବେ ଚଳଚଞ୍ଚଳ ରଥଖଳା । ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଥିବା ରଥ ନିର୍ମାଣ କାମ ଜୋର ଧରିଛି । ଗତକାଲି ଭଉଁରୀ ଯାତ୍ରା ଅବସରରେ ୩ ରଥରେ ୨ଟି ଲେଖାଏଁ ଚକରେ ଅଖ ସଂଯୋଗ କରାଯାଇଥିଲା। ୩ ରଥ ପାଇଁ ୪୨ଟି ଚକ ପହି, ଅଖ ସଂଯୋଗ କାର୍ଯ୍ୟ କରୁଛନ୍ତି ଭୋଇ ସେବାୟତ।
ସେହିପରି ରଥ ସୌନ୍ଦର୍ଯ୍ୟକରଣ କାର୍ୟ୍ୟରେ ଲାଗିଛନ୍ତି ରୂପକାର ସେବାୟତ। ନୃସିଂହ ଚତୁର୍ଦ୍ଦଶୀ ଠାରୁ ଗୁଜଗୁଡ଼ିକରେ ନୃସିଂହଙ୍କ ମୂର୍ତ୍ତି ଖୋଦେଇ କାର୍ଯ୍ୟ ଚାଲିଛି। ରଥର ବିଭିନ୍ନ ଅଂଶକୁ ଆକର୍ଷଣୀୟ ଭାବେ ସାଜସଜ୍ଜା କରିବା ପାଇଁ ରୂପକାର୍ଯ୍ୟ ମଧ୍ୟ କରାଯାଉଛି।
ଚଳିତଥର ବାତ୍ୟା ଫନି ପ୍ରଭାବରେ ପୁରୀରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ପ୍ରବଳ ଗ୍ରୀଷ୍ମ ପ୍ରଭାବ ସତ୍ତ୍ୱେ ରଥଖଳାରେ ନିର୍ମାଣ କାର୍ୟ୍ୟ ଆଗେଇ ଚାଲିଛି।