ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା, କୋଭିଡ୍‌ କଟକଣାରେ ଜାରି ରହିଛି ତିନିରଥର ନିର୍ମାଣ କାର୍ଯ୍ୟ

ପୁରୀ(କେ ନ୍ୟୁଜ):  ପୁରୀ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ରଥଖଳା ଚଳଚଞ୍ଚଳ । ସମ୍ପୂର୍ଣ୍ଣ କୋଭିଡ୍‌ କଟକଣାରେ ତିନିରଥର ନିର୍ମାଣ କାର୍ଯ୍ୟ ଜାରି ରହିଛି । ଆସନ୍ତା ଗୁରୁବାର ଭଉଁରୀ ଥିବାରୁ ପରମ୍ପରା ଅନୁଯାୟୀ ତିନି ରଥର ଚକ ଅଖ ଡେରା କାମ ସଂପନ୍ନ ହେବ । ସେଥିପାଇଁ ଗତକାଲି ତିନଟି ରଥର ତିନୋଟି ଅଖର କାର୍ଯ୍ୟ ସରିଥିବା ବେଳେ ଅନ୍ୟ ଅଖ ତିଆରି କାମ ଜାରି ରହିଛି । ସେହିପରି ସମୁଦାୟ ୪୨ଟି ଚକ ମଧ୍ୟରୁ ୧୮ଟି ଚକର କାର୍ଯ୍ୟ ଶେଷ ହୋଇଛି । ଏବେ ଅନ୍ୟ ଚକ ଗୁଡିକ ପାଇଁ ନିର୍ମିତ ହୋଇଥିବା ତୁମ୍ବରେ ଅର ଓ ପହି ସଂଯୋଗ କାର୍ଯ୍ୟ ଜାରି ରହିଛି । ସେହିପରି ରୂପକାର

ସେବାୟତ ମାନେ ତିନିରଥର କଣଗୁଜରେ ଖୋଦେଇ କାମ ଜାରି ରଖିଛନ୍ତି । ଆଜି ରଥ ନିର୍ମାଣର ଅଗ୍ରଗତି ତଦାରଖ କରିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା । କୋଭିଡ୍‌ କଟକଣା ମଧ୍ୟରେ ରଥ ନିର୍ମାଣ ଜାରି ରହିଥିବା ବେଳେ ଗତ ଦୁଇଦିନ ଧରି ରଥ ନିର୍ମାଣ ସହ ସମ୍ପୃକ୍ତ ଆଉ କୌଣସି ସେବାୟତ ସଂକ୍ରମିତ ହୋଇନଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସେହିପରି ଖୁବଶୀଘ୍ର ଆସନ୍ତା ସ୍ନାନଯାତ୍ରା ପାଇଁ ନୂଆ ଏସଓପି ଜାରି କରାଯିବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.