ଏଥର କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ର ଗ୍ରହଣ ଯୋଗୁ ସୁନାବେଶ ଦର୍ଶନ ଆଶା କମ୍, ଛତିଶା ନିଯୋଗ ବୈଠକରେ ହେଲା ଆଲୋଚନା

ପୁରୀ (କେନ୍ୟୁଜ): ସରିଲା ଛତିଶା ନିଯୋଗ ବୈଠକ। କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଭକ୍ତଙ୍କ ସୁନାବେଶ ଦର୍ଶନ ଆଶା ବହୁତ କମ୍। ସୂର୍ଯ୍ୟୋଦୟ ୫ଟା ୫୪ ମିନିଟ ୫୩ ସେକେଣ୍ଡରେ ଆରମ୍ଭ ହେଉଥିବାରୁ ସେହି ସମୟରୁ ପାକତ୍ୟାଗ, ଦେବନୀତି ନିଷେଧ ହେବ। ପୁଣିଥରେ ସେହି ଦିନ ମହାପ୍ରଭୁଙ୍କ ସୁନାବେଶ ରହିଛି। ତେବେ ଦେବ ନୀତି ନିଷେଧ ଓ ଚନ୍ଦ୍ରଗ୍ରହଣ ସ୍ବତନ୍ତ୍ର ନୀତି ପାଇଁ ଭକ୍ତ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କୁ ଦୁର୍ଲଭ ସୁନାବେଶ ଦର୍ଶନରୁ ବଞ୍ଚିତ ହୋଇ ପାରନ୍ତି।
ଶ୍ରୀମନ୍ଦିର ପ୍ରଶାସନର ନୀତି ନିର୍ଘଣ୍ଟ ଅନୁଯାୟୀ ୭ ତାରିଖ ରାତି ୧୨ଟା ୧୦ ରେ ଦ୍ବାର ଫିଟା। ୨ଟା ୩୦ ସୁଦ୍ଧା ଶେଷ ହେବ ସୁନାବେଶ। ଭୋର ୫ଟା ୫୦ ରେ ଭୋଗ ମଣ୍ଡପ ଶେଷ। ଦିନ ୨ଟା ୩୮ ମିନିଟ୍ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ପରେ ଗ୍ରହଣ ମହାସ୍ନାନ, ଗ୍ରହଣ ଭୋଗନୀତି ହୋଇ ଅନ୍ୟାନ୍ୟ ନୀତି ଥିବାରୁ ଏହି ଦିନ ସୁନାବେଶ ଦେଖିବା ସମ୍ଭବ ପର ନୁହେଁ ବୋଲି ସୂଚନା ଦିଆଯାଇଛି। ଚନ୍ଦ୍ରଗ୍ରହଣ ଦିନ ସୂର୍ଯ୍ୟଦୋୟ ଠାରୁ ତ୍ରୁଟିରେ ସୁଧାର ହେଲା। ପଞ୍ଚୁକ ନୀତି ଶୃଙ୍ଖଳିତ କରିବା ପାଇଁ ସମସ୍ତ ସେବାୟତଙ୍କ ସହଯୋଗ ଲୋଡିଲା ପ୍ରଶାସନ।