ରାତି ୩ଟାରେ OYO ରୁମରୁ ସ୍ୱାମୀକୁ ଧରିଲା ସ୍ତ୍ରୀ, ଦୁଇ ବଙ୍ଗୀୟ ଯୁବତୀଙ୍କ ସହ ଥିଲେ ଅସଂଯତ ଅବସ୍ଥାରେ

ଭୁବନେଶ୍ୱର : ରାତି ୩ଟାରେ ହୋଟେଲ ରୁମରେ ଥିବା ସ୍ୱାମୀର କବାଟ ବାଡେଇଲା ସ୍ତ୍ରୀ । ଆଉ ତାପରେ ଯାହା ଦେଖିଲା କୋଉ ସ୍ତ୍ରୀ ବି ସହି ପାରିବନି । ରୁମ୍‌ ଭିତରେ ବିନା ପୋଷାକରେ ସ୍ୱାମୀ ଥିଲେ ଦୁଇ ଯୁବତୀଙ୍କ ସହ । ଚାଲିଥିଲା ରାସଲୀଳା । ହେଲେ ସ୍ତ୍ରୀ ଖୋଜି ଖୋଜି ଯାଇ ପହଁଚିଗଲା ଓୟୋ ରୁମରେ । ରୁମ୍‌ ଭିତରେ ମଦ ବୋତଲ ପୁଳା ପୁଳା ସିଗାରେଟ ଗଞ୍ଜେଇ ସହ ବ୍ୟବହାର ହୋଇସାରିଥିବା ଆପତ୍ତିଜନକ ଜିନିଷ । ଯାହାକୁ ଦେଖି କାବା ହୋଇଯାଇଥିଲେ ସ୍ତ୍ରୀ ।

ହଁ ଆଜ୍ଞା ଆଜି ରାଜଧାନୀ ଭୁବନେଶ୍ୱରର ଏକ ଖବର ଚାଞ୍ଚଲ୍ୟ ଖେଳାଇ ଦେଇଛି । ସ୍ୱାମୀକୁ ଓୟୋ ରୁମରୁ ରେଡ୍‌ ହେଣ୍ଡେଡ୍‌ ଧରିଛି ସ୍ତ୍ରୀ । ବିଚରା ସ୍ୱାମୀର ବେଳା ଖରାପ । ସ୍ତ୍ରୀର ଫୋନ୍‌ ଉଠାଉନଥିଲା ହେଲେ ସ୍ୱାମୀର ଲୋକେସନ୍‌ ସ୍ତ୍ରୀକୁ ଜଣାଇଦେଲା ଅନଲାଇନ୍‌ ପିଜ୍ଜା ଆଇସକ୍ରୀମ୍‌ ଅର୍ଡର । ହୋଟେଲରେ ଯୁବତୀଙ୍କ ସହ ସ୍ୱାମୀ ଏପଟେ କରୁଥିଲେ ପିଜ୍ଜା ଆଇସକ୍ରୀମ ଅର୍ଡର, ସେପଟେ ସ୍ତ୍ରୀ ପାଖକୁ ଯାଉଥିଲା ଅର୍ଡରର ସବୁ ଡିଟେଲ୍ସ । ଜାଣୁ ଜାଣୁ ଜାଣିବାକୁ ପାଇଲେ ଯେ ସ୍ୱାମୀ ନାଁରେ ବୁକ୍‌ ହୋଇଛି ତିନି ତିନିଟି ରୁମ୍‌ ।

ଯାହାପରେ ସ୍ତ୍ରୀର ଆରମ୍ଭ ହୋଇଯାଇଥିଲା ଷ୍ଟିଙ୍ଗ ଅପରେସନ । ପୂର୍ବରୁ ସନ୍ଦେହ ଥିଲା କିନ୍ତୁ ଏଥର ରେଡ ହାଣ୍ଡେଡ ଧରିବାର ପ୍ଲାନ୍‌ କଲେ ସ୍ତ୍ରୀ । ପୁଲିସକୁ ସାଙ୍ଗରେ ନେଇ ମହିଳା ନିଜ ସ୍ବାମୀକୁ ଓୟୋ ହୋଟେଲ ରୁମରୁ ଅନ୍ୟ ଦୁଇ ଯୁବତୀଙ୍କ ସହ ଧରିଛି। ଏମିତି ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ଵର ଇନଫୋସିଟି ଥାନା ଅଧୀନରେ। ସ୍ବାମୀ ଅଭିନବ ସିଂହ ଜଣେ ମ୍ୟୁଜିକ ରାପର। ସେ ମ୍ୟୁଜିକ ସୁଟିଂ ବାହାନାରେ ଅନେକ ଝିଅଙ୍କ ସହ ସମ୍ପର୍କ ରହିଛି ।

ସୂଚନା ଅନୁଯାୟୀ ଇନଫୋସିଟି ଥାନା ଅଞ୍ଚଳରେ ଥିବା ଏକ ଓୟୋ ହୋଟେଲରେ ଗତକାଲି ରାତି ପ୍ରାୟ ୩ଟାରେ ଚଢ଼ଉ କରି ପୁଲିସ ଗୋଟିଏ ରୁମରୁ ଜଣେ ପୁରୁଷଙ୍କ ସହ ଦୁଇ ଜଣ ବଙ୍ଗୀୟ ଯୁବତୀଙ୍କୁ ଅସଂଯତ ଅବସ୍ଥାରେ ଧରିଥିଲା। ହଁ ଆଜ୍ଞା ପରେ ହୋଟେଲ ରୁମରୁ ତିନି ଯୁବତୀଙ୍କୁ ଉଦ୍ଧାର କରିବା ସହ ସ୍ବାମୀ ଅଭିନବ ସିଂ ଓ ତାଙ୍କ ପାଖ ରୁମରେ ଥିବା ଦୁଇ ସହଯୋଗୀଙ୍କୁ କାବୁ କଲା ପୋଲିସ। ପୂର୍ବରୁ ସ୍ବାମୀଙ୍କର ଏପରି ରଙ୍ଗିଲା ନିଶା ସମ୍ପର୍କରେ ଆପତ୍ତି କରିଥିଲେ ସ୍ତ୍ରୀ ହେଲେ ସ୍ୱାମୀ ଧମକ ଚମକ ଦେଇ ବୁଝାଇ ଦେଉଥିଲେ ସ୍ତ୍ରୀକୁ ।

ଦୁଇ ବର୍ଷ ପୂର୍ବରୁ ଉଭୟଙ୍କର ବିବାହ ହୋଇଥିଲା। ମ୍ୟାଟ୍ରିମୋନିଆଲ ସାଇଡରୁ ଦୁହିଁଙ୍କର ଦେଖା ଚାହାଁ ପରେ ବିବାହ । ଉଭୟ ସ୍ୱାମୀ ସ୍ତ୍ରୀ ସଫ୍ଟେଓ୍ଵୟାର ଇଞ୍ଜିନିୟର ହୋଇଥିଲେ ବି ସ୍ୱାମୀଙ୍କ ପେଷା ଥିଲା ମ୍ୟୁଜିକ୍‌ ଭିଡିଓ ମେକିଙ୍ଗ । ସେଥିପାଇଁ ଯେତେବେଳେ ଅଧରାତିରେ ଓୟୋ ରୁମରୁ ସ୍ୱାମୀକୁ ରେଡ ହାଣ୍ଡେଡ ସ୍ତ୍ରୀ ଧରିଲା ସେତେବେଳେ ସ୍ୱାମୀ କହିଲା ମୁଁ ମ୍ୟୁଜିକ୍‌ ଭିଡିଓ କରୁଛି । ଏମିତିକି ପୋଲିସକୁ ବି ହାତ ଉଠାଇଥିା ସ୍ୱାମୀ ବୋଲି ଅଭିଯୋଗରେ କହିଛନ୍ତି ସ୍ତ୍ରୀ ।

ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥିବ ସ୍ୱାମୀକୁ ଧରିବାର ମହିଳାଙ୍କର ଷ୍ଟିଙ୍ଗ୍‌ ଅପରେସନ୍‌ ହେଲେ ଏସବୁ ହେଲା ଅନଲାଇନ୍‌ ଖାଦ୍ୟ ଅର୍ଡର ପାଇଁ । ମହିଳାଙ୍କ ମୋବାଇଲକୁ ଏକ ଅନଲାଇନ୍‌ ଅର୍ଡର ବାବଦରେ ମେସେଜ୍ ଯାଇଥିଲା। ସେହି ମେସେଜରୁ ସ୍ବାମୀ ତାଙ୍କର ଓୟୋ ହୋଟେଲ୍ ରୁମରେ ଥିବା ଜାଣିବାକୁ ପାଇଥିଲେ ମହିଳା। ଅଭିଯୁକ୍ତ ବ୍ୟକ୍ତିଙ୍କ ଘର କଟକରେ ବୋଲି ଜଣାଯାଇଛି। ୨ ବଙ୍ଗୀୟ ଯୁବତୀ ଓ ସ୍ବାମୀ ଥାନାରେ ଅଟକ ରଖି ପୁଲିସ ଏନେଇ ଅଧିକ ଖୋଳତାଡ଼ କରୁଛି । ଏଥିସହିତ ଅଭିନବଙ୍କ ବନ୍ଧୁ ସିଲୁ ମହାନ୍ତି ବି ସେମାନଙ୍କ ସହ ଗିରଫ ହୋଇଛନ୍ତି ।

ତେଣୁ କଥାରେ ଅଛି ଚୋର ଯେତେ ଚାଲାକରେ ଚୋରି କରୁଥିଳେ ବି କିଛି ନା କିଛି ପ୍ରମାଣ ଛାଡିଦେଇଥାଏ । ଏଠି ବି ସେମିତି ହୋଇଛି । ସ୍ତ୍ରୀର ଫୋନ୍‌ ନଉଲେଇଲେ କି ସ୍ତ୍ରୀ ମେସେଜ୍‌ ନ ପଢ଼ିଲେ କଣ ହେବ, ରାତି ଅଧରେ ହୋଟେଲରେ ତ ସ୍ୱାମୀର କବାଟ ବାଡେଇଦେଲା ସ୍ତ୍ରୀ ।

You might also like