ଚାକିରି ନା ଠକେଇ? ସମ୍ବଲପୁର ସହରରେ ଏକ ଲିଫ୍‌ଲେଟ୍‌କୁ ନେଇ ପୋଲିସ୍‌ର ତଦନ୍ତ ଆରମ୍ଭ

ସମ୍ବଲପୁର (କେ ନ୍ୟୁଜ୍‌) : ସମ୍ବଲପୁର ସହରରେ ଏବେ ଏକ ଲିଫ୍‌ ଲେଟ୍‌କୁ ନେଇ ଆଶା ଓ ଆଶଙ୍କା । ଯାହାକୁ ନେଇ ଏବେ ଜୋର ଚର୍ଚ୍ଚା । ଏୟାରପୋର୍ଟରେ ଚାକିରି କରିବା ପାଇଁ ଲୋଭ ଦେଖାଇ ସହର ସାରା ଏହି ଲିଫଲେଟ୍‌ ଘୂରି ବୁଲୁଛି । ବେକାର ଯୁବକ ଯୁତୀ ଏହି ଲିଫଲେଟ ଦେଖି ଚାକିରି ଲୋଭର ଶିକାର ହେଉଛନ୍ତି।

ଲିଫଲେଟରେ ଦିଆଯାଇଥିବା ନମ୍ବରରେ ଫୋନ କଲେ ହ୍ଵାଟ୍ସଆପରେ ସମସ୍ତ ଡକ୍ୟୁମେଣ୍ଟ ପଠାଇବା ସହ ୫୦୦ ଟଙ୍କା ଲେଖାଏଁ ମାଗୁଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି, ପ୍ରକୃତରେ ଏଭଳି କୌଣସି କମ୍ପାନୀ ଅଛି ନା ନାହିଁ ସେ ସମ୍ପର୍କରେ ପୋଲିସ୍‌ ତଦନ୍ତ କରୁଛି । ତେଣୁ ଚାକିରି ଆଶାୟୀମାନେ ଏଥିପ୍ରତି ସତର୍କ ରହିବା ପାଇଁ କୁହାଯାଇଛି ।

image courtesy-bbc

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.