ରାଉରକେଲାରେ ଏକ କପଡା ସୋ ରୁମ୍ ମାଲିକଙ୍କୁ ଠକେଇ, ୧୧ହଜାର ଟଙ୍କାର ଜିନିଷ ନେଇ ପଳାଇଲା ଠକ

ରାଉରକେଲା: ଅନଲାଇନ୍‌ରେ ଠକେଇ। ୧୧ହଜାର ଟଙ୍କାର କପଡା ଠକି ନେଇ ପଳାଇଲା ଠକ। ରାଉରକେଲାରେ ଏକ କପଡା ସୋ ରୁମ୍‌ ମାଲିକ ଅନଲାଇନ୍‌ ଠକ ହାବୁଡରେ ପଡି ୧୧ହଜାର ଟଙ୍କାର କ୍ଷତି ସହିଛନ୍ତି। ୩ ଜଣ ଯୁବକ ସହରର ମେନ୍‌ ରୋଡରେ ଥିବା ଏକ କପଡା ସୋ ରୁମ୍‌କୁ ଯାଇ ୧୧ହଜାର ୮୦୦ଟଙ୍କାର କପଡା କିଣିଥିଲେ। ଏହା ପରେ କାଉଣ୍ଟରରେ ୨୦୦ଟଙ୍କା ଦେଇ ବାକି ଟଙ୍କା ଅନ୍‌ଲାଇନ୍‌ରେ ପେମେଣ୍ଟ କରିଥିଲେ।

ତେବେ ପେମେଣ୍ଟ ନକରି ପୂର୍ବରୁ ଥିବା ପେମେଣ୍ଟ ମେସେଜ୍‌ ଦେଖାଇ ଜିନିଷ ନେଇ ପଳାଇଯାଇଥିଲେ। ଦୋକାନୀ ମଧ୍ୟ ଆକାଉଣ୍ଟରେ ଟଙ୍କା କ୍ରେଡିଟ୍‌ ହୋଇଛି କି ନାହିଁ ଦେଖିନଥିଲେ। ପରେ ଚେକ୍‌ କରିବାରୁ ଟଙ୍କା ଆସିନଥିବା ଜଣାପଡିଥିଲା। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ସିସିଟିଭି ଫୁଟେଜ ଚେକ୍‌ କରି ଘଟଣାର ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.